ରଣପୁର: ପାଚିକା, ସହାୟିକା ପ୍ରଶିକ୍ଷଣ ଶିବିର ଏବଂ ରନ୍ଧନ ପ୍ରତିଯୋଗିତା

Odisha Hot News
1 Min Read

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ଏବଂ ସହାୟିକା ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗିତା ରଣପୁର ଆଦର୍ଶ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ରଣପୁର ବ୍ଲକ ଶିକ୍ଷାଧିକାରିଣୀ ବନଲତା ବେହେରା ଓ ଆଦିତ୍ୟ ରଞ୍ଜନ ମହାନ୍ତି ବିଧିବଦ୍ଧ ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଏବଂ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଶିକ୍ଷକ କୈଳାଚନ୍ଦ୍ର ମାଝୀ, ରାମଚନ୍ଦ୍ର ବେହେରା, ଅଶୋକ କୁମାର ସାମନ୍ତରାୟ ଓ ସଞ୍ଜୟ କୁମାର ବରାଡ଼ ପ୍ରମୁଖ ଯୋଗଦାନ କରି ଉପସ୍ଥିତ ପାଚିକା ଏବଂ ସହାୟିକାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଶେଷରେ ପାଚିକା ମାନଙ୍କ ମଧ୍ୟରେ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାପାଚିକା ଏବଂ ସହାୟିକାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ସମସ୍ତ ସାଧନ କେନ୍ଦ୍ର ସଂଯୋଜକ ଉପସ୍ଥିତ ରହି ସହଯୋଗ କରିଥିଲେ।

Share This Article