ନିର୍ବାଚନ ପରେ ପ୍ରଥମ ଥର ପାଇଁ ନିଜର ଶକ୍ତି ପ୍ରଦର୍ଶନ କଲା ବିଜେଡି, ହେଲେ ଭବିଷ୍ୟତ କଣ ହେବ ?

Odisha Hot News
2 Min Read

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପରେ ଦେବାଳିଆ ହୋଇପଡିଥିବା ବିଜୁ ଜନତା ଦଳ ଆଜି ତାହାର ଶକ୍ତି ପ୍ରଦର୍ଶନ କରିଛି। ଭୁବନେଶ୍ବରରେ ଦଳ ତରଫରୁ ଡାକରା ଦିଆଯାଇଥିବା ଆନ୍ଦୋଳନରେ ଆଜି ହଜାର ହଜାର କର୍ମିଙ୍କ ସମାଗମ କରିଛି ବିଜେଡି। ଦଳ ଶକ୍ତି ହରାଇ ନାହିଁ ବୋଲି ବିଜେଡି ନିଜକୁ ପ୍ରମାଣିତ କରିବାକୁ ଚେଷ୍ଠା କରିଛି।

ଆଜି ବିଜେଡି ରାଜ୍ୟରେ ଦରଦାମ ବୃଦ୍ଧି ବିରୋଧରେ କରିଥିଲା ପ୍ରତିବାଦ ସଭା। ଏହି ସଭାରେ ଖୋଦ ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ ଭାଷଣ ଦେଇଥିଲେ। ଏଥିସହିତ ମଞ୍ଚ ଉପରେ ରାଜ୍ୟର ସମସ୍ତ ଛାମୁଆ ନେତା ଉପସ୍ଥିତ ରହିଥିଲେ। ସେହିପରି ଆଖପାଖ ଅଞ୍ଚଳରୁ ନେତାମାନ କର୍ମିଙ୍କୁ ଆଣି ଭିଡ କରିଥିଲେ। ଫଳରେ ବିଜେଡିରେ ଫାଟ ନୁହେଁ ଦଳ ଏକ ଅଛି ବୋଲି ଲୋକଙ୍କୁ ସୂଚନା ଦେଇଛି।

ନିର୍ବାଚନ ପରେ ଦଳ ଭିତରେ ନେତାଙ୍କ ନେତାଙ୍କ ଭିତରେ ଗୋଇ ଖୋଳାଖୋଳି ଚାଲିଛି। ବିଜେଡି କାହିଁକି ହାରିଲା ସେ ନେଇ ପରସ୍ପର ଉପରେ ନେତାମାନେ ଦୋଷାରୋପ କରିବାରେ ଲାଗିଛନ୍ତି। ଫଳରେ ଗଣ ମାଧ୍ୟମରେ ବିଜେଡି ଭିତରେ ଫାଟ ସୃଷ୍ଟି ହେଲା ବୋଲି ପ୍ରଚାରିତ ହେଉଛି। ଏପରିକି ଶଙ୍ଖ ଭବନରେ ନେତ୍ରୀଙ୍କ ମଧ୍ୟରେ ହାତାହାତି ହେବା ପର୍ଯ୍ୟନ୍ତ କଥା ଉଠିଛି। ହେଲେ ପରବର୍ତ୍ତି ସମୟରେ ଦଳିୟ ନେତାମାନେ ତାହାକୁ ତାଳିପକା କାମ କରି ସମାଧାନ କରିଛନ୍ତି।

ଏହିସବୁ ଘଟଣା ପରେ ବିଜେଡି ଏକ ନେତୃତ୍ବହୀନ ଭାବେ ଗତି କରୁଛି ବୋଲି ସମସ୍ତେ ଅନୁଭବ କରିବାରେ ଲାଗିଲେ। ଭି କେ ପାଣ୍ଡିଆନଙ୍କ ପରେ ଦଳ କାହା କଥାରେ ପରିଚାଳିତ ହେବ ସେ ନେଇ ମଧ୍ୟ କଳ୍ପନାଜଳ୍ପନା ସୃଷ୍ଟି ହେବାରେ ଲାଗିଛି। ନେତାମାନେ କାହା ନିର୍ଦ୍ଦେଶରେ ପରିଚାଳିତ ହେବେ ସେ ନେଇ ସନ୍ଦେହ ହେବାରେ ଲାଗିଛି। ଏହିପରି ସମୟରେ ବିଜେଡିର ଆଜିର ସଭା ସେମାନଙ୍କୁ କିଛି ମାତ୍ରାରେ ଅସ୍ବସ୍ଥି ଦେଇଛି। ହେଲେ ପରବର୍ତ୍ତି ସମୟରେ ଦଳର ଗତି କିପରି ରହିବ ସେ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

Share This Article