ଏଚ ଏମ୍ ପିଭି ଭୂତାଣୁ ସଚେତନା ଓ ସ୍ଵାସ୍ଥ୍ୟ ଶିବିର 

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ହରିହର ନଗର ଦ୍ଵିତୀୟ ସାରଣୀ ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଏଚ୍ ଏମ୍ ପିଭି ଭୂତାଣୁ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ଚୀନରେ କରୋନା ପରି ଲକ୍ଷଣ ଥିବା ଭୂତାଣୁ ଦ୍ରୁତ ଗତିରେ ବ୍ୟାପୁଛି ଏଣୁ ଜନଗହଳି ସ୍ଥାନକୁ ଯାଆନ୍ତୁ ନାହିଁ, ମାସ୍କ ପିନ୍ଧନ୍ତୁ, ବାହାରୁ ଆସିଲେ ସାବୁନରେ ହାତ ଧୁଅନ୍ତୁ, ଶରୀରକୁ ଦୁର୍ବଳ ହେବାକୁ ଦିଅନ୍ତୁ ନାହିଁ, ଠିକ୍ ସମୟରେ ଗରମପାଣି, ଖାଦ୍ୟ ଖାଆନ୍ତୁ।ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅଧିକ ତୁଳସୀ ଖାଆନ୍ତୁ।ଆମ ଜିଲ୍ଲାରେ ଭୂତାଣୁ ସଂକ୍ରମଣ ଦେଖା ଯାଇନଥିଲେ ମଧ୍ଯ ପ୍ରାୟ ଏକ ପ୍ରତିଶତ ଲୋକଙ୍କୁ ଶୁଷ୍କ କାଶ, ନାସାସ୍ରାବ, ସ୍ଵର ଭଙ୍ଗ ହେବା ଦେଖାଯାଇଛି।ଖଟା କଫ କାରକ, ଗରିଷ୍ଟ ଭୋଜନ କିମ୍ବା ବାହାର ଖାଦ୍ୟ ଖାଆନ୍ତୁ ନାହିଁ। ଲକ୍ଷଣ ଦେଖାଗଲେ କଳlମରିଚ, ଯାଠିମଧୁ, ଅଦା, ପିପ୍ପଳୀ, ଲବଙ୍ଗ ଖାଆନ୍ତୁ।

ଇତ୍ୟସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା। ସମାଜସେବୀ ଡି.ଶ୍ରୀନିବାସ ରାଓ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।

Share This Article