୪୮ ଘଣ୍ଟାରେ ସକ୍ରିୟ ହେବ ଲଘୁଚାପ

Odisha Hot News
1 Min Read

ଭୁବନେଶ୍ବର : ଉତ୍ତର ପୂର୍ବ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିବ ବଙ୍ଗୋପସାଗରରେ ଏକ ଲଘୁଚାପରେ ସୃଷ୍ଟି ହେବ। ପରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଓ ପୂର୍ବ ମଧ୍ୟପ୍ରଦେଶରେ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଘୂର୍ଣ୍ଣିବଳୟ ପ୍ରଭାବରେ ଆକାଶ ମେଘୁଆ ରହିବା ସହ ସ୍ବଳ୍ପ ବୃ​‌ଷ୍ଟିପାତ ହୋଇଛି। ସୋମବାର ଠାରୁ ବର୍ଷାର ପରିମାଣ ବଢ଼ିବ। ଉପକୂଳ ଜିଲାରେ ପବନ ବହିବା ସହ ସମୁଦ୍ର ଅଶାନ୍ତ ରହିବ। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ନବରଙ୍ଗପୁର, ବରଗଡ଼ ଓ ନୂଆପଡ଼ାରେ ଅଧିକ ବର୍ଷାର ସମ୍ଭାବନା ରହିଛି। ମାଲକାଗିରି, ରାୟଗଡ଼ା, ଢେଙ୍କାନାଳ ଓ ଅନୁଗୋଳରେ ପ୍ରବଳ ବର୍ଷା ହୋଇପାରେ। ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ଏବଂ ଗୁରୁବାର ବେଳକୁ ପାଗରେ ପରିବର୍ତ୍ତନ ଆସିବ। ରାଜ୍ୟର କିଛି ଜିଲାରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଥିବା ବେଳେ ଆଉ କିଛି ଜିଲାରେ ବନ୍ୟା ଦେଖା ଦେଇଥିଲା। ତେବେ ଏହି ଲଘୁଚାପ କିଛିଦିନ ସକ୍ରିୟ ରହିଲେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷାର ଅଭାବ ଦୂର ହୋଇପାରିବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Share This Article
Leave a Comment