ସରିଲା ରଣପୁର ମହୋତ୍ସବ “ଅର୍ଜୁନ-୨୦୨୫” ର ଗଣ ଦୌଡ଼

Odisha Hot News
2 Min Read

ରଣପୁର: ରଣପୁର କଳା ସଂସ୍କୃତି ଐତିହ୍ୟ ପରମ୍ପରା ଓ ଶହୀଦମାନଙ୍କ ବୀରତ୍ୱ ସ୍ମୃତି ସାଉଁଟିବା ପାଇଁ ୨୦୦୬ ମସିହାରୁ ରଣପୁର ମହୋତ୍ସବ ଅର୍ଜୁନ ଅନୁଷ୍ଠିତ ହୋଇଆସୁଥିବା ବେଳେ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ଆଜି ଠାରୁ ଆରମ୍ଭ ହୋଇଛି। ଏହି ମହୋତ୍ସବ ପାଞ୍ଚଦିନ ଧରି ଜାନୁଆରୀ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ତେବେ ଓଡିଶା ଅନୁଷ୍ଠିତ ହେଉଥିବା ବିଭିନ୍ନ ମହୋତ୍ସବ ଭିତରୁ ଏହା ଅଭିନ୍ନ ହୋଇଥିବା ବେଳେ ରଣପୁର ମାଟିରେ ଶହୀଦ ହୋଇଥିବା ବିରଙ୍ଗନାମାନଙ୍କ ସ୍ମୃତି ଉଦ୍ଦେଶ୍ୟ ପାଳନ କରାଯାଉଥିବାରୁ ଅନ୍ୟ ଅଞ୍ଚଳରେ ପାଳନ କରାଯାଉଥିବା ମହୋତ୍ସବ ଅପେକ୍ଷା ଏହି ମହୋତ୍ସବର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଚଳିତ ବର୍ଷ ରଣପୁରରୁ ବିଧାୟିକା ତଥା ଓଡିଶାର ବାଚସ୍ପତି ସୁରମା ପାଢ଼ୀ ରଣପୁର ମହୋତ୍ସବ କମିଟି ଅଧକ୍ଷ ଭାବେ ମହୋତ୍ସବକୁ ପରିଚାଳନା କରୁଛନ୍ତି। ରଣପୁର ବାଘସାମନ୍ତ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବର ସମସ୍ତ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇସାରିଛି।

ଆଜି ସକାଳ ୫ ଟାରେ ପ୍ରଭାତ ଫେରି ରାମଧ୍ୱନି ସହିତ ସକାଳ ୮ ଟାରେ ମା ମଣିନାଗ ମନ୍ଦିର ଠାରୁ ପଞ୍ଚୁଦୋଳ ପଡିଆ ପର୍ଯ୍ୟନ୍ତ ଗଣଦୌଡ଼ କରାଯାଇଛି। ଗଣ ଦୌଡ଼ ପୂର୍ବରୁ ମା ମଣିନାଗଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ମହୋତ୍ସବର ଶୁଭାରମ୍ଭ କରାଯାଇଥିଲା।

ଏହି ଗଣ ଦୌଡ଼ରେ ଭାଗ ନେଇଥିବା ପିଲାମାନଙ୍କୁ ବାଚସ୍ପତି ମେଡାଲ ପ୍ରଦାନ କରି ପୁରସ୍କୃତ କରିଥିଲେ। ପୂର୍ବାହ୍ନ ୧୧ ଘଟିକା ସମୟରେ ରଣପୁର ଅଞ୍ଚଳର ଶହୀଦ ମାଟିରୁ ଅଣାଯାଇଥିବା ମଶାଲକୁ ଧରି ରଣପୁର ପଞ୍ଚୁଦୋଳ ପଡିଆ ଠାରୁ ଶୋଭାଯାତ୍ରାରେ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯିବ। ଏହା ପରେ ମଞ୍ଚ ପୂଜା କାର୍ଯ୍ୟକ୍ରମ କରାଯାଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସନ୍ଧ୍ୟା ୬ ଘଟିକାରେ ସଭାକାର୍ଯ୍ୟର କାର୍ଯ୍ୟସୂଚୀ ରହିଛି।

ତେବେ ଚଳିତ ବର୍ଷ ରଣପୁର ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ କମିଟି ଅଧକ୍ଷା ସୁରୁମା ପାଢ଼ୀ ଯଥେଷ୍ଟ ପ୍ରୟାସ କରିଥିବା ବେଳେ ଓଡିଶା ଓ ଓଡିଶା ବାହାରୁ ବହୁ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଥିବା ସହ ସଭାକାର୍ଯ୍ୟ ପାଇଁ ପ୍ରତେକ ଦିନ ଓଡିଶାର ମାନଗଣ୍ୟ ମନ୍ତ୍ରୀମାନେ ଯୋଗଦେବେ ବୋଲି ମହୋତ୍ସବ କମିଟି ତରଫରୁ ସୂଚନା ମିଳିଛି।  ମହାତ୍ସବକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିବା ସହିତ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ ହେବା ସହିତ ଶୃଙ୍ଖଳା ପାଇଁ କମିଟି ଗଠନ ହୋଇଥିବା ମହୋତ୍ସବ କମିଟି ସମ୍ପାଦକ ସ୍ୱରାଜ ମହାନ୍ତି ସୂଚନା ଦେଇଛନ୍ତି।

ଉଦଘାଟନୀ ଦିବସରେ ଓଡିଶୀ ନୃତ୍ୟ, ପୁରୁଲିଆ ଛଉ ନୃତ୍ୟ, ସୁର ତାଲ କ୍ରି୍ଏଟିଭ ମେଲୋଡି ସହିତ ବିଭିନ୍ନ ସିନେ କଳାକାର ଯୋଗ ଦେବାର ସୂଚନା ରହିଛି।

Share This Article