ବ୍ରହ୍ମପୁର ବିଧାୟକଙ୍କୁ ଓଡ଼ିଶା ଉନ୍ନୟନ ଫୋରମ୍ ପକ୍ଷରୁ ବିଭିନ୍ନ ସମସ୍ୟା ଉପସ୍ଥାପନା

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଅଗ୍ରଣୀ ସମାଜସେବା ସଂସ୍ଥା ଓଡିଶା ଉନ୍ନୟନ ଫୋରମ୍ ପକ୍ଷରୁ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାରଙ୍କୁ ନୂତନ ବର୍ଷର ଶୁଭେଚ୍ଛା ସହ ବ୍ରହ୍ମପୁର ସହରର ବହୁବିଧ ଉନ୍ନୟନ କାର୍ଯ୍ୟକ୍ରମ ବିଷୟରେ ଦାବୀ ଉପସ୍ଥାପନା ହୋଇଛି। ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯଥା ଗେଟ୍ ବଜାର, କମାପଲ୍ଲୀ ଓ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ରାସ୍ତାରେ ତୁରନ୍ତ ଫ୍ଲାଇଓଭର ବ୍ରିଜ୍, ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ଓ ଖେଳପଡିଆର ବିକାଶ, ବ୍ରହ୍ମପୁର ସହର ରେ ଇ ଏସ୍ ଆଇ ହସ୍ପିଟାଲ ଓ ଆର୍ ଟି ଓ କାର୍ଯ୍ୟାଳୟ ର ପ୍ରତିଷ୍ଠା ନିମନ୍ତେ ଦାବୀ ଉପସ୍ଥାପନା ହୋଇଥିଲା।

ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ଦାବୀ ଉପସ୍ଥାପନା ବେଳେ ଫୋରମ୍ କର୍ମକର୍ତ୍ତା ସର୍ବଶ୍ରୀ ରାମ ପ୍ରସାଦ ତ୍ରିପାଠୀ, ଭି ସୋମେଶ୍ୱର ରାଓ, ମାନସ ପାତ୍ର, ପ୍ରୀତିଶ ପାଣିଗ୍ରାହୀ, ସନ୍ତୋଷ ସାହୁ, ପ୍ରବୀଣ ପଟନାୟକ, ଭିକାରୀ ନାୟକ ଓ ନିମାଇଁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Share This Article