ବାଲି ଟିପ୍ପର ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର ଆହତ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଜାତୀୟ ରାଜପଥ ହିଞ୍ଜିଳି ସହର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ସାମନାରେ ଏକ ସ୍କୁଟି ମୋଟରସାଇକେଲକୁ ଧକ୍କା ଦେଇ ବାଲି ଟିପ୍ପର ଚମ୍ପଟ୍ ମାରିଛି। ଯାହା ଫଳରେ ସ୍କୁଟି ଚାଳକ ଭଗବାନ ସାହୁ ଗୁରୁତର ଆହତ ହୋଇ ହିଞ୍ଜିଳି ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ପଛରେ ବସିଥିବା ସ୍ତ୍ରୀ ସୁଲତା ସାହୁଙ୍କ ମୃତ୍ୟୁ ହୋଇଛି। ସୁଲତା ସ୍କୁଟିରୁ ଖସି ପଡିଥିବା ସମୟରେ ଉକ୍ତ ଟିପ୍ପର ତାଙ୍କର ମୁଣ୍ଡ ଉପରେ ଚଢ଼ି ଯିବାରୁ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଛନ୍ତି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଭଗବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରି ସ୍କୁଟିକୁ ଜବତ କରିଛନ୍ତି ଓ ମୃତ ସୁଲତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ନିଜ ତରଫରୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଦୁର୍ଘଟଣାଗ୍ରସ୍ତ ଦମ୍ପତି ଙ୍କ ଘର କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ଆଠଗଡ଼ ପାଟଣା ଓ ସେମାନେ ବ୍ରହ୍ମପୁର ଆସୁଥିବା ବେଳେ ଏହି ଘଟଣାର ସମ୍ମୁଖୀନ ହୋଇଛନ୍ତି।

Share This Article