ଗଣପର୍ବ ଲୋକ ମହୋତ୍ସବ ଚଇତି ଉଦଘାଟିତ

Odisha Hot News
1 Min Read

ରାୟଗଡା: ରାୟଗଡା ଜିଲ୍ଲା ଗଣପର୍ବ ଭାବେ ପ୍ରସିଦ୍ଧ ଚଇତି ଲୋକ ମହୋତ୍ସବ ଶୁକ୍ରବାର ଉଦଘାଟିତ ହୋଇଛି। ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ପ୍ରାଙ୍ଗଣରୁ ଚଇତି ମଶାଲ ସହ କଳସ ଯାତ୍ରା ଆରମ୍ଭ ହୋଇ ସ୍ଥାନୀୟ ଜିସିଡି ପଡ଼ିଆ ମଞ୍ଚ ଠାରେ ପହଂଚିଥିଲା। ଶୋଭାଯାତ୍ରାରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଜିଲ୍ଲାପାଳ ପାରୁଲ ପଟାୱାରୀ, ରାୟଗଡା ବିଧାୟକ ଆପଲସ୍ୱାମୀ କାଡ୍ରାକା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ପ୍ରମୁଖ ସାମିଲ ହୋଇଛନ୍ତି।

ସନ୍ଧ୍ୟାରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ନିଜର ବକ୍ତବ୍ୟରେ ବିକାଶ ସହ ଐତିହ୍ୟକୁ ତ୍ୱରାନ୍ୱିତ ପାଇଁ ସଂକଳ୍ପ କରିବାକୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ନାଏକ। ଆଗାମୀ ଦିନରେ ଆଦିବାସୀ ପିଲାଙ୍କ ଶିକ୍ଷା ସହ ଜନଜାତି ଅଞ୍ଚଳକୁ ସଡକ ଯୋଗାଯୋଗ ଉପରେ ଗୁରୁତ୍ୱାରୋପ ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ଏହା ପରେ ଜିଲ୍ଲାର ଉଲେଖନୀୟ କୃତିତ୍ୱ ହାସଲ କରଥିବା ବ୍ୟକ୍ତି ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Share This Article