ଓଡିଶାରୁ ବିଦାୟ ନେଲେ ରଘୁବର ଦାସ, ବିମାନ ବନ୍ଦନରରେ ସମ୍ବର୍ଦ୍ଧନା ଦେଲେ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ବର: ଶେଷରେ ଓଡିଶାରୁ ବିଦାୟ ନେଲେ ରଘୁବର ଦାସ। ସେ ମଙ୍ଗଳବାରରେ ଇସ୍ତଫା ଦେବା ପରେ ଆଜି ରାଜଭବନ ଛାଡିଛନ୍ତି। ଆଜି ରାଜଭବନରେ ବିଦାୟୀ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ସେ ତାରକସିର ଏକ ଉପହାର ପ୍ରଦାନ କରିଥିଲେ।

ସେହିପରି ବାଚସ୍ପତି ଏବଂ ମନ୍ତ୍ରୀ ମଣ୍ଡଳର ବରିଷ୍ଠ ମନ୍ତ୍ରୀମାନେ ବିମାନ ବନ୍ଦରରେ ରଘୁବରଙ୍କ ବିଦାୟ ଦେଇଥିଲେ। ରଘୁବର ଗତ ବର୍ଷ ଓଡିଶାର ରାଜ୍ୟପାଳ ଭାବେ ଯୋଗଦେଇଥିଲେ। ତାଙ୍କର ଆହୁରି କାର୍ଯ୍ୟକାଳ ଥିବା ବେଳେ ତାଙ୍କୁ କେନ୍ଦ୍ର ସରକାର ରାଜ୍ୟପାଳ ପଦରୁ ହଟାଇଦେଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

Share This Article