ଡିଏଭି ପୋଖରୀପୁଟରେ ଅନୁଷ୍ଠିତ ହୋଇଛି ତ୍ରୟୋବିଂଶତିତମ ପୁରାତନ ଛାତ୍ର ପରିଷଦ ବୈଠକ

Odisha Hot News
1 Min Read

ଭୁବନେଶ୍ଵର: ଡିଏଭି ପୋଖରୀପୁଟରେ ପୁରାତନ ଛାତ୍ର ପରିଷଦର ବୈଠକ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ବେଦ ପାଠ ଓ ଡିଏଭି ଗାନ ସହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଛାତ୍ର ପରିଷଦର ସଭାପତି ଡକ୍ଟର କାଳୀପ୍ରସାଦ ରଥ ଉପସ୍ଥିତ ସମସ୍ତ ବିଦ୍ୟାର୍ଥୀଙ୍କୁ ବହୁ ସଂଖ୍ୟାରେ ପରିଷଦ ସହିତ ଯୋଡ଼ିହେବାକୁ ଆହ୍ୱାନ ଦେଇଥିଲେ। ପୁରାତନ

ଛାତ୍ର ସଂଘର ସଭାପତି ତଥା ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ ୨୦୨୬ ରେ ପାଳନ ହେବାକୁଥିବା ଏହି ପରିଷଦର ରଜତ ଜୟନ୍ତୀ ଉତ୍ସବ ଛାତ୍ର ଓ ଯୁବଶକ୍ତି ପାଇଁ ହେଉ ଅପୂର୍ବ ମହମିଳନର ପର୍ବ। ଜାତୀୟ ସ୍ତରରେ ଆଜି ବିଦ୍ୟାଳୟ ସ୍ଵତନ୍ତ୍ର ସ୍ଥାନର ଅଧିକାରୀ ହୋଇପାରିବା କଥା ତୁମ ପାଇଁ ଗୌରବର ବିଷୟ। ଦେଶ ଓ ସମାଜ ଗଠନରେ ନିଜକୁ ନିୟୋଜିତ କରି ନିଜ ତଥା ବିଦ୍ୟାଳୟ ପାଇଁ ନୂଆ କୀର୍ତ୍ତି ସୃଷ୍ଟି କରିବାକୁ ସେ ପୁରାତନ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ।

ପୁରାତନ ଛାତ୍ର ସଂଘର ଉପ-ସଭାପତି ବରିଷ୍ଠ ନିରୀକ୍ଷକ ଶିତିକଣ୍ଠ ପତିଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ୨୦୧୦ ରୁ ୨୦୨୩ ପର୍ଯ୍ୟନ୍ତ ପ୍ରତି ବର୍ଷ ପାଇଁ ଜଣେ ଲେଖାଏଁ ଛାତ୍ର ପରିଷଦର ସଂଯୋଜକ ପ୍ରତିନିଧି ଦାୟିତ୍ଵ ଅର୍ପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ଆଇଡଲ୍ ଜୁନିଅର୍ ଦୁଇର ବିଜୟିନୀ ଅନନ୍ୟା ଶ୍ରୀତମ ନନ୍ଦ , ଇଣ୍ଡିଆନ ଆଇଡଲ୍ ଜୁନିଅର – ୧୩ ରେ ଶୀର୍ଷ ସୋପାନରେ ଉପନୀତ ଚାଳିଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ରାଜୀବ ଲୋଚନ ଦାଶ, ଓଡ଼ିଆ ସାରେଗାମାପାର ବିଜୟିନୀ ତନୁଶ୍ରୀ ଜେନାଙ୍କ ପରି ଅନେକ ଖ୍ୟାତନାମା କଣ୍ଠଶିଳ୍ପୀମାନଙ୍କଦ୍ୱାରା ହୃଦୟସ୍ପର୍ଶୀ ସଙ୍ଗୀତ ପରିବେଷିତ ହୋଇଥିଲା।

ରିଶେଷରେ ଅଧିକାଂଶ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦ୍ୱାରା ସମନ୍ୱିତ ନୃତ୍ୟାଭିନୟ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା।

Share This Article