ନାବାଳିକା ଦୁଷ୍କର୍ମ ମାମଲା: ଜରିମାନା ସହ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଜିଲ୍ଲା ପୋକ୍ସ ଅଦାଲତ ଜଜ୍ ପ୍ରଣତି ପଟ୍ଟନାୟକ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ମାମଲାର ରାୟ ଶୁଣାଇଛନ୍ତି। ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଗଙ୍ଗାପୁର ଗ୍ରାମର ଅନୀଲ କୁମାର ସାହୁ ନାମକ ଜଣେ ଯୁବକଙ୍କୁ ବିଚାରପତି ୨୦ ବର୍ଷ ଜେଲଦଣ୍ଡ ସହ ୯ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଆଉ ୧୦ ମାସ ଜେଲଦଣ୍ଡ ଶୁଣାଇଛନ୍ତି।

ଘଟଣାରୁ ପ୍ରକାଶ ଅଭିଯୁକ୍ତ ଅନୀଲ ସାହୁ ଆସ୍କା ଥାନା ଅଞ୍ଚଳର ଜନୈକା ନାବାଳିକା ସହ ଗତ ୨୦୨୦ ମସିହାରୁ ସମ୍ପର୍କରେ ଥିଲେ। ପରବର୍ତ୍ତୀ ସମୟରେ ୨୦୨୧ ମସିହାରେ ଅନୀଲ ଉକ୍ତ ନାବାଳିକାକୁ ହାଇଦ୍ରାବାଦରେ ଏକ ମନ୍ଦିରରେ ବିବାହ କରିଥିଲେ ଓ ବିବାହ ପରେ ନାବାଳିକା ଜଣକ ଦୁଇ ମାସର ଗର୍ଭବତୀ ହୋଇଥିବା ଜାଣି ଅଭିଯୁକ୍ତ ଅନୀଲ ସେଠାରୁ ଫେରାର ହୋଇଯାଇଥିଲେ।

ନାବାଳିକା ଜଣକ ବହୁ ଖୋଜାଖୋଜି କରି ଅନୀଲଙ୍କୁ ନପାଇବାରୁ ଶେଷରେ ପରିବାର ଲୋକଙ୍କ ସହ  ଆସ୍କା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଅନୀଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲ। ଅନୀଲ କିଛି ମାସ ଜେଲରେ ରହି ଜାମିନ ରେ ଆସିଥିଲେ।

Share This Article