ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ୧୯୦ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

Odisha Hot News
1 Min Read

ଭୁବନେଶ୍ଵର: ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ୧୯୦ ତମ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ଜନ୍ମସ୍ଥାନ ନୟାଗଡ଼ ଖଣ୍ଡପଡ଼ାରେ ପାଳିତ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡ଼େମୀ ଏବଂ ଖଣ୍ଡପଡ଼ା ପଠାଣି ସାମନ୍ତ ମେମୋରିଆଲ ପରିଷଦ ପକ୍ଷରୁ ଏହି ଜୟନ୍ତୀ ଆୟୋଜିତ ହୋଇଥିଲା।

ଏହି ଅବସରରେ ଖଣ୍ଡପଡା ମହିଳା ମହାବିଦ୍ୟାଳୟ ପରିସରରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା। ସ୍ତମ୍ଭକାର ଗିରିଜା ଶଙ୍କର ତରାସିଆଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ,ସାହିତ୍ୟିକ ଡଃ.ହରିହର କାନୁନଗୋ, ସାହିତ୍ୟିକ ଭାରତୀ ଭୂଷଣ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପଠାଣି ସାମନ୍ତଙ୍କ ଅପୂର୍ବ ପାଣ୍ଡିତ୍ଵ ଏବଂ କୃତିତ୍ଵ ଯୋଗୁଁ ବିଶ୍ଵଦରବାରେ ଓଡ଼ିଶା ଗୌରବାନ୍ବିତ ହୋଇଛି ବୋଲି ମତ ଦେଇଥିଲେ।

Share This Article