ଡିଜିଟାଲ ଫସଲ ସର୍ଭେ ଓ କୃଷକ ଦଲିଲ ସରଂକ୍ଷଣ ତାଲିମ ଶିବିର ଅନୁଷ୍ଠିତ

Odisha Hot News
1 Min Read

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପରିଷଦ ଭଵନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଛତ୍ରପୁର ଉପଖଣ୍ଡସ୍ତରୀୟ ଡିଜିଟାଲ ଫସଲ ସର୍ଭେ ଓ କୃଷକ ଦଲିଲ ସରଂକ୍ଷଣ ଉପରେ ଏକ ତାଲିମ ପ୍ରଶିକ୍ଷଣ ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଚଳିତ ରବି ଋତୁର ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟ ହେବା ସହିତ ଗ୍ରାମପଂଚାୟତ ସ୍ତରରେ ସମସ୍ତ ଯୋଗ୍ୟ ଚାଷୀଙ୍କ ପ୍ରକୃତ ଜମି ଏବଂ ଆଧାରରୁ ସଠିକ ତଥ୍ୟ ସଂଗୃହୀତ କରାଯିବ।

ଉକ୍ତ ଶିବିରରେ ଛତ୍ରପୁର ଉପଖଣ୍ଡର ୮ ଗୋଟି ବ୍ଲକର ସମସ୍ତ କୃଷି ଅଧିଦର୍ଶକ, ଗ୍ରାମ୍ୟ କୃଷି କର୍ମଚାରୀ, ରାଜସ୍ବ ନିରୀକ୍ଷକ,ରାଜସ୍ବ ନିରୀକ୍ଷକ ସହାୟକ, ଅମିନ, ମୃତ୍ତିକା ସରଂକ୍ଷଣ କର୍ମଚାରୀ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଜ଼ିଲ୍ଲା କୃଷି ଅଧିକାରୀ ରବି ନାରାୟଣ ପଣ୍ଡା,ସହକାରୀ ପ୍ରକଳ୍ପ ନିର୍ଦ୍ଧେଶକ ମୋନାଲିସା ହୋତା ପ୍ରମୁଖ ମଞ୍ଚସିନ ଥିଲେ। ଡି ପି ଡି (ଆତ୍ମା) ବାସୁଦେବ ଶତପଥି ଓ ସହକାରୀ କୃଷି ଅଧିକାରୀ କିଶୋର ଚନ୍ଦ୍ର ସେଠି ବିସ୍ତୃତ ଭାବରେ ତାଲିମ ପ୍ରଦାନ କରିଥିଲେ।

Share This Article