ପାଟପୁର ପୋଲିସର ପେଟ୍ରୋଲିଂ ସମୟରେ ବିପୁଳ ପରିମାଣର ଗଞ୍ଜେଇ ଜବତ: ୪ ଗିରଫ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପାଟପୁର ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରା ସଦଳବଳେ ପେଟ୍ରୋଲିଂ ସମୟରେ ଦୁଇଟି ମୋଟରସାଇକେଲ ରେ ୪ ଜଣ ଯୁବକ ଦୃତ ଗତିରେ ଯାଉଥିବା ବେଳେ ସନ୍ଦେହ ଜନକ ଭାବେ ପୋଡାମାରୀ ନିକଟରେ ଅଟକାଇ ଯାଞ୍ଚ କରିଥିଲେ। ଯାହା ଫଳରେ ସେମାନଙ୍କ ନିକଟରୁ ୯୦ କିଲୋରୁ ଅଧିକ ଗଞେଇ ଜବତ କରିବା ସହ ଦୁଇଟି ମୋଟରସାଇକେଲ ଜବତ କରିଛନ୍ତି।

ଉକ୍ତ ଯୁବକ ମାନଙ୍କୁ ଥାନାରେ ଆଣି ଯେରା କରିବା ବେଳେ ସେମାନେ ଗଜପତି ଜିଲ୍ଲାରୁ ଉକ୍ତ ଗଞେଇ ଆଣି ବାହାରକୁ ଚାଲାଣ କରୁଥିବା ବିଷୟରେ ମନ୍ତବ୍ୟ ଦେଇଥିଲେ। ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଉକ୍ତ ଅଭିଯୁକ୍ତ ଯଥା ପ୍ରସାନ୍ତ ବଳିଆର ସିଂହ, ପିତବାସ ଭୁୟାଁ, ସୁନୀଲ ଦୋରା ଓ ସୁନୀଲ ବଡ଼ରଇତ ନାମକ ଯୁବକ କୁ ଏତଲା ନଂ ୫୫୬/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।

Share This Article