ଭୁବନେଶ୍ବର ସୈନିକ ସ୍କୁଲ ଏବଂ ଓଏମସି ପକ୍ଷରୁ ଅଷ୍ଟମ ବିଜୁ ମାରାଥନ ଅନୁଷ୍ଠିତ

Odisha Hot News
0 Min Read

ଭୁବନେଶ୍ବର: ଭୁବନେଶ୍ବର ସୈନିକ ସ୍କୁଲ ଏବଂ ଓଏମସି ଆନୁକୁଲ୍ୟରେ ଆଜି ସକାଳେ ଅଷ୍ଟମ ବିଜୁ ମାରାଥନ ଅନୁଷ୍ଠିତ ହୋଇଯାଇଛ। ଏଥିରେ ସୈନିକ ସ୍କୁଲର ୫୦୦ରୁ ଅଧିକ ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୧୨ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ବିଭାଗରେ ୧୦ କିଲୋମିଟର ଏବଂ କନିଷ୍ଠ ବିଭାଗରେ ୭ କିଲୋମିଟର ପର୍ଯ୍ୟନ୍ତ ଗଣଦୌଡ ଅନୁଷ୍ଠିତ ହୋଇଥିଲା। ଏହାକୁ ଓଡିଶା ଏନସିସି ନିର୍ଦ୍ଦେଶାଳୟର ଉପମହାନିର୍ଦ୍ଦେଶକ ମହେଶ ରହଙ୍ଗଡାଲେ, ଅବସରପ୍ରାପ୍ତ ଆଇଏଏସ ମଧୁସୂଦନ ପାଢୀ ଉଦଘାଟନ କରିଥିଲେ। ଶେଷରେ ଗଣଦୌଡର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା।

Share This Article