ଆଜି ତାରିଖରେ ରହିଛି ଏକ ବିରଳ ସଂଯୋଗ- ୧୨/୧୨/୨୪ , କଣ ରହିଛି ଗୁରୁତ୍ବ

Odisha Hot News
1 Min Read

ଭୁବନେଶ୍ବର: ଆଜି ତାରିଖଟି ହେଉଛି ସବୁଠାରୁ ବିରଳ ସଂଯୋଗ। କାରଣ ଆଜିର ତାରିଖ ହେଉଛି ୧୨/୧୨/୨୪ । ଏହା ବେଶ କୌତୁହଳ ପୂର୍ଣ୍ଣ ହୋଇଥିବା ବେଳେ ଆଜି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଆଜିର ତାରିଖକୁ ନେଇ ବେଶ ଆଲୋଚନା ମଧ୍ୟ ଚାଲିଛି।

ତେବେ ଆଜିର ତାରିଖ ଜ୍ୟୋତିଷ ଶାସ୍ତ୍ରରେ ସେପରି କୌଣସି ଗୁରୁତ୍ବ ବହନ କରେ ନାହିଁ। ହେଲେ ତିଥି ଅନୁସାରେ ଦେଖିଲେ ଆଜି ହେଉଛି ଦ୍ବାଦଶୀ ତିଥି ଏବଂ ଶେଷ ମାଣବସା ଗୁରୁବାର।

ତେବେ ସଂଖ୍ୟା ଶାସ୍ତ୍ର ହିସାବରେ ଆଜିର ତାରିଖ ବେଶ ଗୁରୁତ୍ବ ବହନ କରୁଛି। କାରଣ ଏପରି ତାରିଖରେ ଯେଉଁମାନେ ଜନ୍ମ ଗ୍ରହଣ କରିବେ ସେମାନେ ଭାଗ୍ୟଶାଳୀ ବୋଲି କୁହାଯାଉଛି। କାରଣ ହେଲା ପ୍ରଥମରେ ଏପରି ଜନ୍ମ ତାରିଖ ଭାଗ୍ୟରେ ଥିଲେ ମିଳେ ବୋଲି ଧରାଯାଇଛି।

ସେହିପରି ଏହି ତାରିଖଟି ହେଉଛି ବନ୍ଧନ ବା ଯୋଡି ହୋଇ ରହିବାର ପ୍ରତୀକ। ତେଣୁ ଏହି ତାରିଖରେ ଯେଉଁମାନେ ଜନ୍ମ ଗ୍ରହଣ କରନ୍ତି ସେମାନେ ବାନ୍ଧି ହୋଇ ରହିବା ବା କାହାକୁ ରଖିବା ସହଜରେ କରିପାରିବେ। ଏହି ତାରିଖରେ ଜନ୍ମିତ ଶିଶୁ ପରିବାର ଲୋକଙ୍କୁ ବାନ୍ଧି ରଖିବାରେ ସାହାଯ୍ୟ କରିଥାନ୍ତି।

ଅନ୍ୟପକ୍ଷରେ ଏହି ତାରିଖରେ ଜନ୍ମିତ ଶିଶୁ ବଡ ହେଲେ ଭାଗୀଦାରୀ ବ୍ୟବସାୟ କରିବାରେ ସଫଳ ହୋଇଥାନ୍ତି। ସେହିପରି ଏମାନେ ନିଜର ଗ୍ରାହକଙ୍କୁ ମଧ୍ୟ ସବୁଦିନ ପାଇଁ ବାନ୍ଧି ରଖିପାରିବେ।

ପୁରଣା ଖବର ପଢିବା ପାଇଁ ଏହା ଉପରେ କ୍ଲିକ କରନ୍ତୁ- ଆଜିର ତାରିଖରେ ରହିଛି ଏକ ବିରଳ ସଂଯୋଗ- ୧୧/୧୧/୨୨

Share This Article