ନିର୍ଭୁଲ ଓ ସଠିକ ପଞ୍ଜିକା ପ୍ରସ୍ତୁତ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ 

Odisha Hot News
1 Min Read

ପୁରୀ: ନିର୍ଭୁଲ ଓ ସଠିକ ପଞ୍ଜିକା ପ୍ରସ୍ତୁତ ନେଇ ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି ଏକ ସ୍ୱତନ୍ତ୍ର ବୈଠକ। ବୈଠକରେ ବିଭିନ୍ନ ପାଞ୍ଜିକାର ଙ୍କ ସମେୟ ମୁକ୍ତିମଣ୍ଡପ ପଣ୍ଡିତସଭା ଓ ପୂଜାପଣ୍ଡା ନିଯୋଗର ପ୍ରତିନିଧି ସାମିଲ ଥିଲେ। ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧକ୍ଷତାରେ ଏହି ବୈଠକ ହୋଇଥିବା ବେଳେ ପଞ୍ଜିକା ସମୀକରଣ, ସମୀକ୍ଷା ସହ ପାଣ୍ଡୁଲିପି ଶଂସୋଧନ ଉପରେ ଆଲୋଚନା ହୋଇଥିଲା।

ତେବେ ଏଯାବତ ୫ଟି ପାଣ୍ଡୁଲିପି ଦାଖଲ ହୋଇଥିବା ବେଳେ ଆଉ କିଛି ଅନ୍ୟ ପାଣ୍ଡୁଲିପି ଆସି ନଥିବା ହେତୁ ଆଗାମୀ ଡିସେମ୍ବରରେ ପୁନଃ ବୈଠକ ହେବା ନେଇ ନିଷ୍ପତି। ବିଗତ ଦିନରେ ପାଞ୍ଜିକାର ଭିନ୍ନ ଭିନ୍ନ ମତ ହେତୁ ପର୍ବ ପର୍ବାଣୀ ପାଳନରେ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ସେହି ସମସ୍ୟାକୁ ଏଡ଼ାଇବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ କରାଯାଇ ଚୂଡାନ୍ତ ନିଷ୍ପତି ନିଆଯିବ।

Share This Article