ନିର୍ଦ୍ଧାରିତ ଅବଧି ପୂର୍ବରୁ ଶେଷ ହେଲା ବିଧାନସଭା ଅଧିବେଶନ: ଗୃହରେ ଗୃହୀତ ହେଲା ଅତିରିକ୍ତ ବଜେଟ

Odisha Hot News
1 Min Read

ଭୁବନେଶ୍ଵର: ବିଧାନସଭାର ଶୀତ ଅଧିବେଶନ ବୁଧବାର ନିର୍ଦ୍ଧାରିତ ଅବଧି ପୂର୍ବରୁ ଶେଷ ହୋଇଛି। ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭାକୁ ବାଚସ୍ପତି ସୁରମା ପାଢୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଏହି ଅଧିବେଶନ କାଳରେ ୧୨ଟି କାର୍ଯ୍ୟଦିବସ ଅନୁଷ୍ଠିତ ହୋଇଛି।

ଏହି ଅବସରରେ ଗୃହରେ ଅତିରିକ୍ତ ବଜେଟ ଗୃହୀତ ହୋଇଥିଲା। ଏଥିସହ ୨ଟି ସରକାରୀ ବିଲ୍‌ ଓ ୧୦ଟି ବେସରକାରୀ ବିଲ୍‌ ଆଗତ ହୋଇଛି। ବିଭିନ୍ନ ଦୃଷ୍ଟିକୋଣରୁ ଶୀତ ଅଧିବେସନ ବେଶ ସରଗରମ ଥିଲା। କନ୍ଧମାଳର ଟାକୁଆ ପ୍ରସଙ୍ଗ, ପୋଲାଭରମ ପ୍ରକଳ୍ପ, ମିଶନ ଶକ୍ତି ମହିଳାଙ୍କ ବକେୟା ଦରମାକୁ ନେଇ ଗୃହରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ।

Share This Article