ନୌସେନା ସମାରୋହ: ପୁରୀ ବେଳାଭୂମି ଆକାଶରେ ଯୁଦ୍ଧର ଭ୍ରମ ସୃଷ୍ଟି

Odisha Hot News
1 Min Read

ପୁରୀ: ନୌସେନା ସମାରୋହ ସମୟରେ ପୁରୀ ବେଳାଭୂମି ଆକାଶରେ ଯୁଦ୍ଧର ଭ୍ରମ ସୃଷ୍ଟି ହୋଇଥିଲା। କମାଣ୍ଡରମାନେ ଯୁଦ୍ଧ ବିମାନକୁ ଚମତ୍କାର ଭାବେ ପ୍ରଦର୍ଶନ କରିଥିଲେ। ଚେତକ୍ ଓ ସି-କିଙ୍ଗ୍ ହେଲିକପ୍ଟର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ। ଆକାଶର ପୃଷ୍ଠ ଚିରି ବିମାନଗୁଡିକ ଯୁଦ୍ଧର କୌଶଳ ପ୍ରଦର୍ଶନ କରିଥିଲେ।

ଆକାଶରୁ ଗୁଳିଗୋଳା ବର୍ଷଣର ଦୃଶ୍ୟ ବେଶ୍ ଚିତ୍ତାକର୍ଷଣ ଥିଲା । ଅତ୍ୟାଧୁନିକ, ସ୍ୱଦେଶୀ ଯୁଦ୍ଧବିମାନଗୁଡିକ ମଧ୍ୟ ଲୋକଙ୍କୁ ମୁଗ୍ଧ କରିଥିଲା। ଏୟାରକ୍ରାଫ୍ଟ, ଲଢୁଆ ଜେଟଗୁଡିକର ଶବ୍ଦ ପୁରୀ ଆକାଶରେ ଘୋ ଘା ଶବ୍ଦ ସୃଷ୍ଟି କରିଥିଲା। ବିମାନଗୁଡିକ ଶୃଙ୍ଖଳିତ ଭାବେ ବିଭିନ୍ନ ଦୃଶ୍ୟ ଆକାଶରେ ତିଆରି କରିଥିଲେ। ଆକାଶରେ ଏଭଳି ଅଦ୍ଭୁତ ଦୃଶ୍ୟ ଦେଖି ଦର୍ଶକଙ୍କ ମଧ୍ୟରେ ଶିହରଣ ସୃଷ୍ଟି ହୋଇଥିଲା।

Share This Article