ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର, ଘୋଷଣା ହେଲା ତାରିଖ

Odisha Hot News
1 Min Read

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର। ତାହା ହେଲା ଯେ, ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ଏ ନେଇ ତାରିଖ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ତାଙ୍କ କହିବା ଅନୁସାରେ ଆସନ୍ତା ଡିସେମ୍ବର 25 ତାରିଖ ବଡ ଦିନରେ ମିଳବ ଏହି ଟଙ୍କା।

ବଡ ଦିନରେ ବଳକା ହିତାଧିକାରୀଙ୍କ ଖାତାକୁ ଏହି ଟଙ୍କା ଆସିବ। ଏଥିପାଇଁ ସମସ୍ତ ଯାଞ୍ଚ ପକ୍ରିୟା ଚାଲିଛି। ଏହା ଶେଷ ହେବା ପରେ 25 ତାରିଖ ବଡ ଦିନରେ ଟଙ୍କା ପ୍ରଦାନ କରାଯିବ। ତେବେ ଏହି ଟଙ୍କା ପାଇବା ପାଇଁ କେଉଁମାନେ ଯୋଗ୍ୟ କିମ୍ବା ଅଯୋଗ୍ୟ ତାହାର ତାଲିକା ପ୍ରସ୍ତୁତ ହେବ। ସେହି ତାଲିକା ବ୍ଲକ ଓ ମହାନଗର ସ୍ତରରେ ପ୍ରକାଶ କରାଯିବ।

ଏହାପରେ ଯେଉଁମାନଙ୍କର ଅଭିଯୋଗ ରହିବ ସେମାନଙ୍କୁ ସାତ ଦିନ ସମୟ ପ୍ରଦାନ କରାଯିବ। ଏହାପରେ ସେସବୁ ଅଭିଯୋଗର ସମାଧାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Share This Article