Konark Festival: ଆଜିଠାରୁ ଆରମ୍ଭ ହେବ ପ୍ରସିଦ୍ଧ କୋଣାର୍କ ଉତ୍ସବ, ଜାଣନ୍ତୁ କେଉଁ ଦିନ କଣ ଅଛି କାର୍ଯ୍ୟକ୍ରମ

Odisha Hot News
1 Min Read

Konark Festival: ଆଜିଠାରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ କୋଣାର୍କ ଉତ୍ସବ। କାରୁକାର୍ଯ୍ୟ ଭରା କୋଣାର୍କ ମନ୍ଦିର ପ୍ରାଙ୍ଗଣରେ ମୁକ୍ତାକାଶ ରଂଗମଞ୍ଚରେ ଏହା ଆୟୋଜିତ ହେବ। ପ୍ରତିବର୍ଷ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜିତ ହୋଇଆସୁଛି। ଆଜି ସଂଧ୍ୟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ, ଯାହା ପାଞ୍ଚଦିନ ଧରି ଚାଲିବ। ବିଭିନ୍ନ ଦିନରେ ଯେଉଁ ସବୁ କାର୍ଯ୍ୟକ୍ରମ ରହିଛି ତାହା ହେଲା..

ମୁଖ୍ୟତଃ ଓଡିଶାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ସହିତ ଦେଶର ଶାସ୍ତ୍ରୀୟ ନୃତ୍ୟକୁ ପ୍ରଚାର ପ୍ରସାର କରାଇବା ପାଇଁ ଏହି ଉତ୍ସବ ଆୟୋଜିତ ହୋଇ ଆସୁଛି। ଏହି ନୃତ୍ୟ ଉତ୍ସବ ସହିତ ଚନ୍ଦ୍ରଭାଗା କୂଳରେ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ମଧ୍ୟ ଆୟୋଜିତ ହେବ। ଏହା ପାଞ୍ଚଦିନ ଧରି ଚାଲିବ।

Share This Article