ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଯାଜପୁରର ନେତା

Odisha Hot News
0 Min Read

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ପୁଣି ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ସେହି ଅନୁସାରେ ବିଜେଡି ଆଜି ଯାଜପୁରର ଜଣେ ନେତାଙ୍କୁ ନିଲମ୍ବିତ କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ସେହି ଅନୁସାରେ ଯାଜପୁରର ଜୋନ ନମ୍ବର 39 ର ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ପଟ୍ଟନାୟକଙ୍କୁ ଦଳ ନିଲମ୍ବିତ କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ନିଲମ୍ବନ କରାଗଲା ବୋଲି ସଭାପତିଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହାକୁ ତରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

Share This Article