ପିଏମ ସ୍ବନିଧି ଯୋଜନା କର୍ମଶାଳା 

Odisha Hot News
1 Min Read

ଭୁବନେଶ୍ଵର: ନୟାଗଡ଼ ସହରର କ୍ଷୁଦ୍ର ବ୍ୟବସାୟୀ ତଥା ଉଠା ଦୋକାନୀ ଓ ବୁଲା ବିକାଳିଙ୍କ ନିମନ୍ତେ ପିଏମ ସ୍ବନିଧି ଯୋଜନା ସମ୍ପର୍କୀୟ କର୍ମଶାଳା ନୟାଗଡ଼ ସିଦ୍ଧେଶ୍ଵରୀ କଲ୍ଯାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଛି। ଏହା ଡି଼ସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

ସେମାନଙ୍କ ବ୍ୟବସାୟକୁ ବୃଦ୍ଧି ସହିତ ଅଧିକ ଆତ୍ମ ନିର୍ଭର ହେବାକୁ କେନ୍ଦ୍ର ସରକାର ଯୋଜନା ଆରମ୍ଭ କରିଛନ୍ତି। ଏବେ ସେମାନଙ୍କୁ ଋଣ ମିଳିବା ପରେ ସେମାନଙ୍କ ପରିବାର ଖୁସି ହେବେ। ଉଠାଦୋକାନୀଙ୍କ ପାଇଁ ସରକାର ବିଭିନ୍ନ ଯୋଜନାରେ ଆର୍ଥକ ସହାୟତା ପ୍ରଦାନ କରୁଛନ୍ତି। ବିଭିନ୍ନ ବ୍ୟାଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ ଓ ସମନ୍ଵୟ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ଏହାର ଲକ୍ଷ ରହିଛି।

ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ,ଉପାଧ୍ଯକ୍ଷ ଗୁରୁପ୍ରସାଦ ଜେନା,ପୌରପରିଷଦ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ କର୍ମଶାଳାରେ ଯୋଗଦେଇ ଉଠା ଦୋକାନୀଙ୍କ ବିକାଶ ଓ ଚଳଣୀ ସମ୍ପର୍କରେ ଆଲୋକପାତ କରିଥିଲେ। ସମସ୍ତ ଉଠା ଦୋକାନୀ ମାନେ କର୍ମଶାଳାରେ ଯୋଗ ଦେବାକୁ ଅନୁରୋଧ କରାଯାଉଛି । କାର୍ଯ୍ୟକ୍ରମକୁ ଗୋଷ୍ଠୀ ସଙ୍ଗଠିକା ଇନ୍ଦୁମତୀ ପରିଡ଼ା, ସୁନିଲ ହୋତା, ସଂଜୀବ ବିଶ୍ବାଳ ପ୍ରମୁଖ କର୍ମଚାରୀ ପରିଚାଳନା କରିଥିଲେ।

Share This Article