ଆଶାର ଆଲୋକ ପୁସ୍ତକ ଉନ୍ମୋଚନ କଲେ ରାଜ୍ୟପାଳ ରଘୁବର ଦାସ

Odisha Hot News
1 Min Read

ଭୁବନେଶ୍ଵର: ରାଜ୍ୟପାଳ ରଘୁବର ଦାସ ରାଜଭବନ ପରିସରରେ ଆଶାର ଆଲୋକ ପୁସ୍ତକ ଉନ୍ମୋଚନ କରିଛନ୍ତି। ଗୋଆ ରାଜ୍ୟପାଳ ପିଏସ ଶ୍ରୀଧରନ ପିଲାଇଙ୍କ ଦ୍ବାରା ଇଂରାଜୀ ଭାଷାରେ ରଚିତ ଏହି ପୁସ୍ତକକୁ ଡକ୍ଚର ନିରଞ୍ଜନ ସାହୁ ଓଡିଆ ଭାଷାରେ ଅନୁବାଦ କରିଛନ୍ତି।

ରାଜ୍ୟପାଳ ପୁସ୍ତକ ଉନ୍ମୋଚନ କରି କହିଛନ୍ତି, ଆଶାର ଆଲୋକ ପୁସ୍ତକ ଏକତାର ପ୍ରତୀକ। ଏହା ଆମ ସହଭାଗୀ ମୂଲ୍ୟବୋଧ ଓ ଆକାଂକ୍ଷାକୁ ଦର୍ଶାଇଥାଏ। ରାଜ୍ୟପାଳ କହିଛନ୍ତି, ସାହିତ୍ୟ ସବୁବେଳେ ବିବିଧ ସଂସ୍କୃତି ମଧ୍ୟରେ ସେତୁ ଭାବେ କାମ କରିଥିଲେ। ଏହା ଭାଷାଗତ ଓ ଭୌଗଳିକ ସୀମାଠାରୁ ଉର୍ଦ୍ଧ୍ବରେ। ଏହି ଅବସରରେ ବିଶିଷ୍ଟ ଲେଖିକା ପ୍ରତିଭା ରାୟଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Share This Article