ସୁରତ, ଜୟପୁରକୁ ସିଧା ବିମାନ ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କଲେ ଅପରାଜିତା ଷଡଙ୍ଗୀ

Odisha Hot News
0 Min Read

ନୂଆଦିଲ୍ଲୀ: ଭୁବନେଶ୍ବରରୁ ସିଧା ସୁରତ ଏବଂ ରାଜସ୍ଥାନର ଜୟପୁରକୁ ବିମାନ ଚଳାଚଳ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ଆଜି ନୂଆଦିଲ୍ଲୀରେ ସାଂସଦ ଷଡଙ୍ଗୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କୁ ସାକ୍ଷାତ କରି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।

ଅପରାଜିତା ସୁରତ ଏବଂ ଜୟପୁର ସହିତ ଜମ୍ମୁ ଏବଂ ଭାଇଜାକକୁ ମଧ୍ୟ ସିଧା ବିମାନ ଚଳାଚଳ ପାଇଁ ଦାବୀ କରିଛନ୍ତି। ସେହିପରି ସେ ଭୁବନେଶ୍ବର ବିମାନ ବନ୍ଦରର ଟର୍ମିନାଲ ତିନିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ସେ ଦାବୀ କରିଛନ୍ତି।

Share This Article