ଗୋଦାବରିଶ ମହାବିଦ୍ୟାଳୟକୁ ‘ବି’ ଗ୍ରେଡ: ସ୍ଵୟଂଶାସିତ ହେବାପାଇଁ ହାସଲ କଲା ଯୋଗ୍ୟତା

Odisha Hot News
1 Min Read

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟକୁ ଚଳିତ ମାସ ୧୨ ଓ ୧୩ ତାରିଖ ଦୁଇଦିନ ଧରି ନାକ୍ କମିଟି ପରିଦର୍ଶନ କରି ‘ବି’ ଗ୍ରେଡ ମାନ୍ୟତା ପ୍ରଦାନ କରିଛନ୍ତି। ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ପ୍ରକାଶ କରିଛନ୍ତି।

ଉଲ୍ଲେଖ କରାଯାଇ ପାରେ ଯେ, ଦୀର୍ଘ ଅଠର ବର୍ଷ ପରେ ଏହି କମିଟି ପରିଦର୍ଶନରେ ଆସିଥିଲେ। ନାକ୍ ପରିଦର୍ଶନ ପାଇଁ ଆଇ କ୍ୟୁ ଏ ସି କୋର୍ଡିନେଟର ଅଧ୍ୟାପିକା ଋତୁସ୍ମିତା ମିଶ୍ର ଓ କମିଟିର ସମସ୍ତ ସଦସ୍ୟଙ୍କ ମାସ ବ୍ୟାପୀ ପରିଶ୍ରମ ସହ ନାକ୍ ସଂଯୋଜକ ଡ଼ ଏସ ପି ଏନ୍ ଏସ ବର୍ମା ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ମାନଙ୍କ ଉଦ୍ୟମ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ଉଲ୍ଲେଖ କରି ଅଧ୍ୟକ୍ଷ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏଥିସହ କମିଟିର ପରିଦର୍ଶନ ନିମନ୍ତେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ
ପୃଥ୍ବୀରାଜ ହରିଚନ୍ଦନ, ପୁରାତନ ଛାତ୍ର ସଂସଦର ସଭାପତି ଜିତେନ୍ଦ୍ର ଭୋଳ, ଅବସରପ୍ରାପ୍ତ ବନ୍ୟା ସଂରକ୍ଷକ ଆଶୁତୋଷ ସାମନ୍ତସିଂହାର ଓ ଏହି ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଓ ଶୁଭେଚ୍ଛୁ ସହଯୋଗର ହାତ ବଢ଼ାଇଥିବାରୁ ଏହା ସମ୍ଭବ ହୋଇପାରି ଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ମାନ୍ୟତା ଯୋଗୁଁ ମହାବିଦ୍ୟାଳୟ ସ୍ଵୟଂଶାସିତ ହେବାପାଇଁ ଯୋଗ୍ୟତା ହାସଲ କରିଥିବାରୁ ବର୍ତ୍ତମାନ ସେଥିନିମନ୍ତେ ପ୍ରସ୍ତୁତି କରିବାପାଇଁ ପୁରାତନ ଛାତ୍ର ସଂସଦ ତରଫରୁ ଅନୁରୋଧ କରାଯିବା ସହ ନାକ୍ ର ସଫଳତା ପାଇଁ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦିଆଯାଇଛି।

Share This Article