ଝାରସୁଗୁଡ଼ା : ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ ପଣ୍ଡିଆନ ଶୁକ୍ରବାର ଦିନିକିଆ ଝାରସୁଗୁଡା ଜିଲା ଗସ୍ତ କରିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ ଯାଇ ଝାରସୁଗୁଡା ବିମାନବନ୍ଦରରେ ଓହ୍ଲାଇଥିଲେ। ପରେ ଗାଡ଼ି ଯୋଗେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜିଲା ପ୍ରଶାସନ ପକ୍ଷରୁ ହେଉଥିବା କୋଭିଡ ମୁକାବିଲା କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ସେଠାରୁ ସୁନ୍ଦରଗଡ ଅଭିମୁଖେ ବାହାରିଥିଲେ। ତାଙ୍କ ସହ ଡିଆଇଜି ହିମାଂଶୁ ଲାଲ, ଝାରସୁଗୁଡ଼ା ଜିଲାପାଳ ସରୋଜ କୁମାର ସାମଲ, ଏସ୍ପି ରାହୁର ପିଆର, ସିଡିଏମ୍ଓ ଡା.ଜଗଦୀଶ ଚନ୍ଦ୍ର ବାରିକ, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଝାରସୁଗୁଡାରେ କୋଭିଡ ମୁକାବିଲା କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ, ଉନ୍ନୟନ କମିଶନର
You Might Also Like
Leave a Comment
Leave a Comment
- Advertisement -
