ସିଓଲ ରେ  ଆୟୋଜିତ ସୁଲଭ ଆବାସ ସମ୍ପର୍କିତ କର୍ମଶାଳାରେ ଯୋଗ ଦେଲେ ଉଷା ପାଢୀ

Odisha Hot News
1 Min Read

ଭୁବନେଶ୍ବର: ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ପକ୍ଷରୁ ଦକ୍ଷିଣ କୋରିଆ ସିଓଲ ଠାରେ ସୁଲଭ ଆବାସ ସମ୍ପର୍କରେ ଏକ ଚାରି ଦିନିଆ କର୍ମଶାଳା ଅନୁଷ୍ଠିତ ହେଉଛି।ଏହି ସମ୍ମାନ ଜନକ ଆନ୍ତର୍ଜାତିକ କର୍ମଶାଳାରେ ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଭାରତ ସରକାରଙ୍କ ପକ୍ଷରୁ ଯୋଗଦେଇଛନ୍ତି।

ଏ ନେଇ ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଶ୍ରୀମତୀ ପାଢ଼ୀଙ୍କୁ ମନୋନୀତ କରାଯାଇଛି।

ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଚାରି ଦିନିଆ କର୍ମଶାଳାରେ ବିଭିନ୍ନ ଦେଶର ବିଶେଷଜ୍ଞ ଓ ପଦାଧିକାରୀ ମାନେ ଏକତ୍ରିତ ହୋଇ ସୁଲଭ ଆବାସ ଉପରେ ରଣନୀତି ଓ ସର୍ବୋତ୍ତମ ଅଭ୍ୟାସ ବିଷୟରେ ଆଲୋଚନା କରିବେ।

ଏହି ଅନ୍ତର୍ଜାତୀୟ ମଞ୍ଚରେ ଅଂଶଗ୍ରହଣ କରି, ଶ୍ରୀମତୀ ପାଢ଼ୀ ଭାରତର ଅଭିଜ୍ଞତା ବାଣ୍ଟିବା ଏବଂ ବିଶ୍ୱର ସର୍ବୋତ୍ତମ ଅଭ୍ୟାସରୁ ଶିଖି ସମସ୍ତଙ୍କୁ ସୁଲଭ ଏବଂ ବାସପଯୋଗୀ ଆବାସ ଯୋଗାଇବା ପାଇଁ ଦେଶର ପ୍ରୟାସରେ ଯୋଗଦାନ ଲାଗି ସହାୟକ ହୋଇପାରିବ।

Share This Article