ରାଜ୍ୟରେ ଖୋଲାଯିବ ମହିଳା କୋର୍ଟ, ନିଯୁକ୍ତି ହେବେ ମହିଳା ଅଧିକାରୀ: ପ୍ରଭାତୀ ପରିଡା

Odisha Hot News
1 Min Read

ଭୁବନେଶ୍ଵର: ରାଜ୍ୟରେ ଆଗାମୀ ଦିନରେ ମହିଳା କୋର୍ଟ ଖୋଲାଯିବା ସହ କୋର୍ଟ ମଧ୍ୟରେ ସମସ୍ତ ଅଧିକାରୀ ମହିଳା ରହିବେ। ଏ ନେଇ ସରକାରଙ୍କ ପକ୍ଷରୁ ଯୋଜନା ରହିଥିବା ବେଳେ ମହିଳା ମାନେ ଆଇନ ସମ୍ପର୍କରେ ସଚେତନ ହେଲେ ସେମାନଙ୍କ ବିରୁଦ୍ଧରେ ଘଟୁଥିବା ଅନ୍ୟାୟ ଅତ୍ୟାଚାରର ସାମ୍ନା କରିବାର ଶକ୍ତି ଆହରଣ କରିପାରିବେ।

ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ମହିଳା ମାନଙ୍କ ମଧ୍ୟରେ ଆଇନ ସଚେତନତା ଶିବିର ରେ ଯୋଗଦାନ କରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏପରି ମତ ରଖିଥିଲେ। ସ୍ଥାନୀୟ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଆୟୋଜିତ ମହିଳା କଲ୍ୟାଣକାରୀ ଆଇନ ସଂପର୍କରେ କରାଯାଇଥିବା ସଚେତନତା କାର୍ଯ୍ୟକ୍ରମ ରେ ନିମାପଡା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଏବଂ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନର ମହିଳା ମାନେ ଏଥିରେ ସାମିଲ ହୋଇଥିଲେ।

ମହିଳା ମାନଙ୍କ ସୁରକ୍ଷା ପାଇଁ ଏହି ଶିବିରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସେମାନଙ୍କୁ ଜାଗରୁକ କରିବା ସହ ମହିଳା ମାନଙ୍କ ପାଇଁ ଜିରୋ ଟଲେରାନ୍ସ ନୀତି ଦିଗରେ କାର୍ଯ୍ୟକାରୀ କରାଯିବାକୁ ଲକ୍ଷ ରଖାଯାଇଛି। ଏ ନେଇ ପ୍ରତି ବ୍ଲକ ରେ ସରକାରଙ୍କ ପକ୍ଷରୁ ଏହି ପରି ଆଇନ ସଚେତନତା ଶିବିର ଅନୁଷ୍ଠିତ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଉପ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟିତ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧକ୍ଷ ଶଙ୍କର ଭୋଇ,ବିଡିଓ ଅଭିଜିତ ଷଡ଼ଙ୍ଗୀ, ଏସଡ଼ିପିଓ ପ୍ରଭାତ ମଲ୍ଲିକ, ସିଡିପିଓ ତନୁପ୍ରଭା ବେଉରା,ସାଂସଦ ପ୍ରତିନିଧି ମିନଲତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Share This Article