ଧାମରାରେ ବାତ୍ୟା ଦାନା ଆକଳନ କଲେ କେନ୍ଦ୍ରୀୟ ଟିମ

Odisha Hot News
1 Min Read

ଭୁବନେଶ୍ଵର: ନିକଟରେ ଘଟିଥ‌ିବା ବାତ୍ୟା ଦାନା ଆକଳନ ପାଇଁ କେନ୍ଦ୍ରୀୟ ଟିମ ଭଦ୍ରକ ଜିଲ୍ଲା ଧାମରା ଠାରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଏଥ୍‌ରେ ବିଭାଗୀୟ ନିର୍ଦ୍ଦେଶକ ଡକ୍ଟର ମାନସିଂହ,ଜଳ ଶକ୍ତି ବିଭାଗର ନିର୍ଦ୍ଦେଶକ ସୁଶାନୁ ସାମଲ,ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଯୋଗ ଦେଇ ଛନ୍ତି।

ଏହି କେନ୍ଦ୍ରୀୟ ଦଳ ଧାମରା ର ବିଭିନ୍ନ ଅଞ୍ଚଳ ରେ ଯାଇ ବାତ୍ୟା ଦାନା ରେ କ୍ଷୟକ୍ଷତି ହୋଇ ଥୂବା ଧାନ ଚାଷ ଜମି ଦେଖୁବା ସହିତ ସ୍ଥାନୀୟ ଚାଷୀ ଏବଂ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରି ଥିଲେ। ଏହି କେନ୍ଦ୍ରୀୟ ଟିମ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଙ୍କୁ କ୍ଷୟ କ୍ଷତି ଆକଳନ ର ରିପୋର୍ଟ ପ୍ରଦାନ କରିବେ ବୋଲି ଜଣା ପଡ଼ିଛି।

Share This Article