ଖୋର୍ଦ୍ଧା: ବଡ଼ ପୋଖରୀଆ ଛକ ନିକଟରେ ଖଲ୍ଲିକୋଟ ବିଧାୟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ଦୁଇ ଯାତ୍ରୀ ଆହତ

Odisha Hot News
0 Min Read

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥ ବଡ଼ ପୋଖରୀଆ ଛକ ନିକଟରେ ଖଲିକୋଟ ବିଧାୟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡି ଦୁର୍ଘଟଣାରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି ସୁରକ୍ଷିତ ଅଛନ୍ତି। ସେ ଏବେ ବଡ଼ ପୋଖରୀଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ ବିଧାୟକଙ୍କ ଗାଡି ସହ ଅଟୋର ଧକ୍କା ହୋଇଛି। ଖଲ୍ଲିକୋଟରୁ ବିଧାୟକ ଭୁବନେଶ୍ୱର ଯାଉଥିଲେ। ଅଟୋରେ ବସିଥିବା ଦୁଇ ଯାତ୍ରୀ ଆହତ ହୋଇଛନ୍ତି।

Share This Article