ଆଜି ମିଳିବ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ

Odisha Hot News
0 Min Read

ଭୁବନେଶ୍ଵର: ଆଜି ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ହସ୍ତାନ୍ତର କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଶ୍ରୀମତୀ ପରିଡ଼ା ଗଣମାଧ୍ୟମକୁ କହିଛନ୍ତି ଯେ, ବାଦ୍‌ ପଡ଼ିଥିବା ୨ଲକ୍ଷ ୬୭ ହଜାର ଆବେଦନକୁ ପୁନର୍ବାର ଯାଞ୍ଚ କରାଯାଇଛି। ସେଥିମଧ୍ୟରୁ ୨୫ ପ୍ରତିଶତ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ।

ବାକି ଆବେଦନଗୁଡ଼ିକ ଜମି ଯୋଗ୍ୟତା କାରଣ ପାଇଁ ବାଦ୍‌ ଦିଆଯାଇଛି। ବ୍ଲକ୍‌ ସ୍ତରରେ ରିପୋର୍ଟ ପହଞ୍ଚିଛି। ସେମାନଙ୍କର ମଧ୍ୟ ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।

Share This Article