ଗୋ ମିତ୍ରଙ୍କ ଭଳି ସ୍ଥାୟୀ ନିଯୁକ୍ତି ପ୍ରସଙ୍ଗରେ ମନ୍ତ୍ରୀ ଓ ବିଧାୟକଙ୍କ ନିକଟରେ ଫେରାଦ୍ 

Odisha Hot News
1 Min Read

ଭୁବନେଶ୍ଵର: ବହୁ ବର୍ଷ ଧରି କାର୍ଯ୍ୟରତ କୃତ୍ତିମ ପ୍ରଜନନକାରୀମାନଙ୍କୁ ଗୋମିତ୍ର ଭଳି ସ୍ଥାୟୀ ନିଯୁକ୍ତି ନିମନ୍ତେ ଅଲ୍ ଓଡିଶା ଏଆଇ ୱାର୍କର ଆସୋସିଏସନ୍ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଦାବି ହୋଇଛି। ଆସୋସିଏସନ୍ ଗଞ୍ଜାମ ଜିଲ୍ଲା ଶାଖା ସଭାପତି ନିରଞ୍ଜନ ପ୍ରଧାନ ଓ ସଦସ୍ୟ ଗଗନ କୁମାର ବେହେରାଙ୍କ ନେତୃତ୍ୱରେ ସଂଘ ପକ୍ଷରୁ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ସାକ୍ଷତ କରି ସେମାନଙ୍କ ଦାବି ସଂପର୍କରେ ଆଲୋଚନା କରିଛନ୍ତି। ସେମାନେ କହିବାନୁସାରେ, ଦୀର୍ଘ ୧୪ ବର୍ଷ ଧରି ପଶୁ ସମ୍ପଦ ବିଭାଗ ସହିତ ସଂପୃକ୍ତ ରହି ଗୋ ସମ୍ପଦ ବୃଦ୍ଧି ତଥା ଗୋପାଳଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ କୃତୀମ ପ୍ରଜନନକାରୀ ହିସାବରେ ବିନା ଦରମାରେ କାର୍ଯ୍ୟ କରି ଆସୁଛୁ।

ଏହାସହିତ ସରକାର ବିଭିନ୍ନ ଯୋଜନା ତଥା ଘାସଚାଷ, କୁକୁଡା ପାଳନ, ଛେଳି ପାଳନ, ଘୁଷୁରି ପାଳନ ଏବଂ ଗାଇ ମଇଁଷି ପାଳନ ଉଦ୍ଧିଷ୍ଟ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ମଧ୍ୟ ଅହୋରହ ଚେଷ୍ଟା କରି ଆସିଛୁ। ଏଣୁ ଏସବୁ କାର୍ଯ୍ୟକ୍ରମକୁ ଧ୍ୟାନ ରଖି ଗୋ ମିତ୍ରଙ୍କ ଭଳି ଆମ୍ଭମାନଙ୍କୁ ସରକାରୀ କ୍ଷେତ୍ରରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ନିବେଦନ କରିଛନ୍ତି।

Share This Article