ରେଳ ଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଜେଲ୍ ନିକଟସ୍ଥ ରେଳ ଧାରଣାରୁ ହିଞ୍ଜିଳି ଥାନା ଅର୍ନ୍ତଗତ ଦୁରୁପଡା ଗ୍ରାମର ଦିଲ୍ଲୀପ କୁମାର ଭୂୟାଁ ନାମକ ଜଣେ ଯୁବକଙ୍କ ମୃତ ଦେହକୁ ରେଳବାଇ ପୋଲିସ ଉଦ୍ଧାର କରିଛି। ଦିଲୀପଙ୍କ ଭାଇ ମିଥୁନ ଠାରୁ ଜଣାପଡିଛି ଯେ, ଗତ ସୋମବାର ସକାଳେ ମୃତ ଦିଲୀପ ପାରିବାରିକ ଅଶାନ୍ତିକୁ ନେଇ ଘରୁ ପଳିଆସିଥିଲା।

କିନ୍ତୁ ଦିନ ସାରା ଘରକୁ ନ ଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ। କିନ୍ତୁ ପରେ ବ୍ରହ୍ମପୁରରେ ରେଳବାଇ ପୋଲିସ ଉଦ୍ଧାର କରିଥିବା ମୃତଦେହକୁ ଯାଇ ଭାଇ ମିଥୁନ ଚିହ୍ନଟ କରିଥିଲେ। ଏ ନେଇ ରେଳବାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Share This Article