ରାଜ୍ୟ ପର୍ଯ୍ୟଟନ କମିଶନରଙ୍କୁ ପତ୍ର ଲେଖିଲେ ସାଂସଦ ବଳଭଦ୍ର ମାଝୀ 

Odisha Hot News
1 Min Read

ମାଲକାନଗିରି: ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ରାଜ୍ୟ ପର୍ଯ୍ୟଟନ କମିଶନରଙ୍କୁ ପତ୍ର ଲେଖିଛନ୍ତି। ଜିଲ୍ଲାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବହୁ ସ୍ଥାନ ରହିଥିବା ବେଳେ ଏହାର ବିକାଶ କରାଗଲେ ଅନେକ ପର୍ଯ୍ୟଟକ ଆକୃଷ୍ଟ ହେବେ। ଏଣୁ ଜିଲ୍ଲାର ଚିତ୍ରକୋଣ୍ଡା, ବାଲିମେଳା, ମୋଟୁ, ସତୀଗୁଡା, ସୀତାକୁଣ୍ଡ, ଆମାକୁଣ୍ଡ ଓ ମୋଟୁ ଅଞ୍ଚଳର ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି ବିକାଶ ସହ ଉନ୍ନତିକରଣ କରିବାକୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି। ଏହି ସମସ୍ତ ପର୍ଯ୍ୟଟନ ସ୍ଥଳୀର ବିକାଶ ହେଲେ ଅନେକ ପର୍ଯ୍ୟଟକ ମାଲକାନଗିରି ଜିଲ୍ଲା ପ୍ରତି ଆକୃଷ୍ଟ ହେବେ। ଏଣୁ ଏଗୁଡିକର ବିକାଶ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ସହ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ସାଂସଦ ଶ୍ରୀ ମାଝୀ ଅନୁରୋଧ କରିଛନ୍ତି।

Share This Article