ନିଶୁଳ୍କ ଡାଏଲିସିସ୍‌ ସେବାର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Odisha Hot News
1 Min Read

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ନିଶୁଳ୍କ ଡାଏଲିସିସ୍‌ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଏହି ଡାଏଲିସିସ୍‌ କେନ୍ଦ୍ର ଦ୍ବାରା ରେଢାଖୋଲ ସମେତ ଆଖପାଖ ଅଞ୍ଚଳର ଲୋକମାନେ କିଡ୍‌ନୀ ରୋଗର ଚିକିତ୍ସା ସେବା ପାଇବା ସହ ବହୁଳ ଖର୍ଚ୍ଚରୁ ରକ୍ଷାପାଇବେ। ପୂର୍ବରୁ ଦେଶର ରାଜଧାନୀ କିମ୍ବା ବଡ ବଡ ସହରରେ ଡାଏଲିସିସ୍‌ କେନ୍ଦ୍ରର ବ୍ୟବସ୍ଥା ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଯୋଗୁ ଓଡିଶା ସମେତ ସମଗ୍ର ଦେଶରେ ସରକାରୀ ବ୍ୟବସ୍ଥାରେ ଡାଏଲିସିସ୍‌ କେନ୍ଦ୍ର ଖୋଲାଯିବା ସହ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି।

ରେଢାଖୋଲ ଚିକିତ୍ସାଳୟରେ ଏହି ବ୍ୟବସ୍ଥା କରାଯାଇଥିବାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଢାଖୋଲଠାରେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥକବୀ ଭୀମ ଭୋଇଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Share This Article