ନୂଆପଡ଼ାକୁ ୧୨ ଜଣିଆ ପ୍ରଶାସନିକ ସେବାର ପ୍ରତିନିଧି ଦଳଙ୍କ ପରିଦର୍ଶନ

Odisha Hot News
1 Min Read

ଭୁବନେଶ୍ଵର: ନୂଆପଡା ଜିଲ୍ଲାକୁ ୧୨ ଜଣିଆ ପ୍ରଶାସନିକ ସେବାରେ ତାଲିମ୍ ନେଉଥିବା ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି। ନୂଆପଡ଼ା ବ୍ଲକର ଧରମବନ୍ଧା ଏବଂ କୋମନା ବ୍ଲକର ସମରସିଂ ଗ୍ରାମପଞ୍ଚାୟତ ବୁଲି ଦେଖିଥିଲେ। ସରକାରୀ ଯୋଜନା ସଫଳ ରୂପାୟନର ବିଭିନ୍ନ ଦିଗ ଉପରେ ବୁଲି ଦେଖିବା ସହ ସ୍ୱଚ୍ଛ ଭାରତ ମିଶନ ରେ ସଫେଇ କରିଥିଲେ। ପଞ୍ଚାୟତ ପ୍ରତିନିଧି ଏବଂ ହିତାଧିକାରୀଙ୍କୁ ସାକ୍ଷାତ କରି ତାଙ୍କ ଲାଭ ନେଇଥିବା ବିଭିନ୍ନ ଯୋଜନା ଉପରେ ବୁଝିଥିଲେ।

ସେହିପରି ଯୋଜନା ରେ ଅର୍ନ୍ତଭୁକ୍ତ ହୋଇନଥିବା ନାଗରିକଙ୍କୁ ସାକ୍ଷାତ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଛାତ, ଶ୍ରମିକଙ୍କୁ କାମ ଯୋଗାଣ, ତରବୋର୍ଡ ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଆନୁସଙ୍ଗିକ ବ୍ୟବସ୍ଥା ଏବଂ ଚିକିତ୍ସା ସୁବିଧା ନେଇ ଆଲୋଚନା କରିଥିଲେ। ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ ନିଜ ଆଗାମୀ ଭବିଷ୍ୟତରେ ଏହା କାର୍ଯ୍ୟକାରୀ ହେବା ନେଇ ପ୍ରକାଶ କରିଛନ୍ତି।

ଏହି ଗସ୍ତରେ ଜିଲ୍ଲା ସ୍ତରୀୟ ଅଧିକାରୀ ଏପିଡି ଡି କେ ବେହେରା, ପ୍ରଭୂଦତ୍ତ ବାବୁ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସହ ଅନେକ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଜନା କାର୍ଯ୍ୟକାରିତା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି।

Share This Article