ମାଓ ଦମନ ପାଇଁ ଡିଜିପିଙ୍କ ଉପସ୍ଥିତିରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

Odisha Hot News
1 Min Read

ଭୁବନେଶ୍ଵର: କନ୍ଧମାଳ ଜିଲ୍ଲାରେ ପହଞ୍ଚି ଡିଜିପି ୱାଇବି ଖୁରାନିଆ ନକ୍ସଲ ବିରୋଧ ଅଭିଯାନକୁ କଡାକଡି କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏଥିରେ କନ୍ଧମାଳ ଜିଲ୍ଲା ପୋଲିସ ,ପ୍ରଶାସନ ସହ ବିସ୍ତୃତ ଆଲୋଚନା କରିଛନ୍ତି। କନ୍ଧମାଳ ଜିଲ୍ଲା ସହ ରାୟଗଡ଼ା, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାର ଏସପିଙ୍କ ସହ ବିଏସଏଫ, ସିଆରପିଏଫ୍, ଇଣ୍ଟେଲିଜେନ୍ସ ବ୍ୟୁରୋଙ୍କ ସହ ରୁଦ୍ଧ ଦ୍ଵାର ବୈଠକ କରିଥିଲେ। ଡିଜିପିଙ୍କ ଗସ୍ତ ନେଇ କନ୍ଧମାଳରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଛତିଶଗଡ଼ରେ ମାଓ ଅପରେସନକୁ ଜୋରଦାର କରାଯିବା ପରେ ଏବେ ଆତ୍ମଗୋପନ ପାଇଁ ଓଡ଼ିଶା ତଥା କନ୍ଧମାଳ ଜିଲ୍ଲା ମୁହାଁ ହୋଇଛନ୍ତି ମାଓବାଦୀ ମାନେ। ଏଥିସହ କନ୍ଧମାଳ ଜିଲ୍ଲାରେ କେକେବିଏନ ଓ ବିଜିଏନ ଦୁଇ ଗୋଷ୍ଠୀ ମାଓବାଦୀ ରହିଛନ୍ତି। ଆସନ୍ତା ଦିନ ଗୁଡିକରେ ମାଓବାଦୀଙ୍କ କୌଣସି ବିଶୃଙ୍ଖଳାକୁ ସହ୍ୟ ନ କରିବା ସହ ସମ୍ପୂର୍ଣ୍ଣ ମାଓ ଦମନ ଅଭିଯାନକୁ କଡାକଡି କରାଯାଇ ସମ୍ପୂର୍ଣ୍ଣ ମାଓ ମୁକ୍ତ ଅଞ୍ଚଳରେ ପରିଣତ କରାଯିବ।

ଏହି ବୈଠକରେ ଆଇପିଏସ୍ ଅମିତ୍ କୁମାର, ଏ ଏନ୍ ସିହ୍ନା, ଜେ ଏନ୍ ପଙ୍କଜ, ଅଖି ଲେଶ୍ଵର ସିଂ, ସାର୍ଥକ ଷଡଙ୍ଗୀ, ସଂଜୟ କୁମାର ସିଂ, ବଲରାମ ବେହେରା ଏବଂ ପାଞ୍ଚ ଜିଲ୍ଲାର ଏସପି ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। କନ୍ଧମାଳ ଜିଲ୍ଲାପାଳଙ୍କ ସହ ଡିଏଫଓ , ବୌଦ୍ଧ ଉପ ଜିଲ୍ଲାପାଳ , ପ୍ରମୁଖ ସାମିଲ ହୋଇଥିଲେ।

Share This Article