ଡେଙ୍ଗାପଦର ହତ୍ୟାକାଣ୍ଡ ମାମଲାରେ ଆଉ ୩ ଅଭିଯୁକ୍ତ କୋର୍ଟ ଚାଲାଣ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ସେପ୍ଟେମ୍ବର ମାସ ୧୭ ତାରିଖରେ ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ଗ୍ରାମର ଶିବାଶିଷ ଚୌଧୁରୀ ନାମକ ଜଣେ ଯୁବକର ମୃତ ଦେହ ଡେଙ୍ଗାପଦର ଏକ ପୋଖରୀରୁ ଉଦ୍ଧାର ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ପ୍ରଥମେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ପରବର୍ତ୍ତୀ ସମୟରେ ଅଧିକ ଅନୁସନ୍ଧାନ ଜାରୀ ରଖି ପୋଲିସ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଗୌଡ, ଟୁଟୁ ସେଠୀ ଓ ଶିବ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ଏକ ସ୍ବିଫ୍ଟ୍ ଡିଜାଇର କାର୍ ରେ ଆସୁଥିବା ଖବର ପାଇ ମହୁରୀ କାଳୁଆ ଛକରେ ପୋଲିସ ଛକି ରହି ଉକ୍ତ ଅଭିଯୁକ୍ତ ମାନଙ୍କୁ କାବୁ କରି ଥାନାରେ ରଖି ପଚରାଉଚରା କରି କୋର୍ଟ ଚାଲାଣ କରିଛନ୍ତି।

Share This Article