ଛତୁଆ ବଦଳରେ ମାଣ୍ଡିଆ ଓ ବାଜରାକୁ ସାମିଲ କରିବା ପାଇଁ ସରକାରଙ୍କ ଯୋଜନା ରହିଛି: ଉପମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ଵର: ମାଣ୍ଡିଆ ଅତି ପ୍ରାଚୀନ ଖାଦ୍ୟ। ପୂର୍ବରୁ ଘରେ ଘରେ ମାଣ୍ଡିଆରେ ପ୍ରସ୍ତୁତ ହେଉଥିଲା ବିଭିନ୍ନ ଖାଦ୍ୟସାମଗ୍ରୀ। ତେଣୁ ଉନ୍ନତ ପ୍ରଣାଳୀର ପ୍ରଚୁର ପରିମାଣରେ ମାଣ୍ଡିଆ ଚାଷ କରାଯିବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

ଅନ୍ତର୍ଜାତୀୟ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ଛତୁଆ ବଦଳରେ ମାଣ୍ଡିଆ ଓ ବାଜରାକୁ ସାମିଲ କରିବା ପାଇଁ ସରକାରଙ୍କ ଯୋଜନା ରହିଛି। ସେହିପରି ଶିଶୁମାନଙ୍କୁ ଶୁଖିଲା ଖାଦ୍ୟରେ ମାଣ୍ଡିଆ ଲଡୁ ଦେବାପାଇଁ ସରକାର ବ୍ୟବସ୍ଥା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ମାଣ୍ଡିଆ ଚାଷର ବ୍ୟାପକ ପ୍ରଚାର ପ୍ରସାରର ଆବଶ୍ୟକତା ଉପରେ ଶ୍ରୀମତୀ ପରିଡା ଗୁରୁତ୍ବାରୋପ କରିଛନ୍ତି।

Share This Article