ପାତାଳି ଶ୍ରୀକ୍ଷେତ୍ରଠାରୁ ପୁରୀ ଶ୍ରୀକ୍ଷେତ୍ରକୁ ଏକ ଭବ୍ୟ କାଳିଆ ତୁଳସୀ ରଥ ଯାତ୍ରା ଆରମ୍ଭ 

Odisha Hot News
1 Min Read

ସୁବର୍ଣ୍ଣପୁର: ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାଭୂମି ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ରଠାରୁ ପୁରୀ ଶ୍ରୀକ୍ଷେତ୍ରକୁ ଏକ ଭବ୍ୟ କାଳିଆ ତୁଳସୀ ରଥ ଯାତ୍ରା କରିଛି। ପାତାଳି ଶ୍ରୀକ୍ଷେତ୍ରଠାରୁ ବାହାରିଥିବା କାଳିଆ ତୁଳସୀ ରଥ ଜଗନ୍ନାଥ ସଡକରେ ବିନିକା, ସୁବର୍ଣ୍ଣପୁର, ବୌଦ୍ଧ, ଦଶପଲ୍ଲା ଓ ନୟାଗଡ ଦେଇ ପୁରୀ ଶ୍ରୀକ୍ଷେତ୍ରକୁ ବଡ ଏକାଦଶୀ ତିଥିରେ ପହଂଚିବାର କାର୍ଯ୍ୟକ୍ରମ ଥିବାବେଳେ ଯାତ୍ରାପଥରେ ଶ୍ରଦ୍ଧାଳୁ ଭକ୍ତଙ୍କ ପାଖରୁ ତୁଳସୀ ସଂଗ୍ରହ କରୁଛି।

ବିଗତ ୫ବର୍ଷ ଧରି ଚାଲିଥିବା ତୁଳସୀ ଯାତ୍ରାରେ ଏବର୍ଷ ସୁବର୍ଣ୍ଣପୁର ଜିଲ୍ଲାରୁ ସଂଗୃହୀତ ୩୨ ଝୁଡି ତୁଳସୀ ଏହି ରଥରେ ପ୍ରେରଣ ହୋଇଛି। ଯାତ୍ରାପଥରେ ଶ୍ରଦ୍ଧାଳୁ ଭକ୍ତମାନେ ତୁଳସୀ, ଦୟଣା ଓ ଫୁଲ ଦାନ କରିଥିବାବେଳେ ବିଭିନ୍ନ ସ୍ଥାନରେ ତୁଳସୀ ରଥକୁ ହରିବୋଲ ହୁଲହୁଲିରେ ସ୍ବାଗତ ସହ ଆଳତୀ ଦିଆଯାଇଛି। ପୁରୀ ଶ୍ରୀକ୍ଷେତ୍ର ସହ ପାତାଳି ଶ୍ରୀକ୍ଷେତ୍ର, ସୁବର୍ଣ୍ଣପୁରକୁ ଶ୍ରୀଜଗନ୍ନାଥଙ୍କ ସାଂସ୍କୃତିକ ସଂହତି ସ୍ଥାପନରେ ଏହି ତୁଳସୀ ଯାତ୍ରା ଏକ ଆଧ୍ୟାତ୍ମିକ ରଜ୍ଜୁ ହେବ ବୋଲି ଆୟୋଜକମାନେ କହିଛନ୍ତି।

Share This Article