ନୟାଗଡ଼ରେ ଆଳୁ ମିଶନ ବୈଠକ ଅନୁଷ୍ଠିତ 

Odisha Hot News
1 Min Read

ନୟାଗଡ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆଳୁ ମିଶନ କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲାରେ ସଫଳ କରିବା ପାଇଁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ଵପୂର୍ଣ୍ଣ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଦ୍ୟାନ କୃଷି ବିଭାଗ ସହାୟତାରେ ଆୟୋଜିତ ଏହି ବୈଠକରେ ମୃର୍ତ୍ତିକା ସଂରକ୍ଷଣ, ମିଶନ ଶକ୍ତି, ଆରଏମସି, ପ୍ରତ୍ୟେକ ବ୍ଲକରୁ ଆସିଥ‌ିବା କୃଷକ ଉତ୍ପାଦନ ସଂଘ (ଏଫପିଓ)ର ସଦସ୍ୟମାନେ ଯୋଗ ଦେଇଥିଲେ। ଚାଷୀମାନେ କିପରି ସୁବିଧା ସୁଯୋଗରେ ବିହନ ନିହନ ପାଇ ପାରିବେ ସେ ନେଇ ଜିଲ୍ଲାପାଳ ଆଲୋଚନା କରିଛନ୍ତି।

ସମସ୍ତ ଚାଷୀଙ୍କୁ ଆଳୁ ଚାଷ ଉପରେ ରିହାତି ମଧ୍ୟ ଠିକ ଭାବେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଚଳିତ ବର୍ଷ ଜିଲ୍ଲାରେ ୪,୮୭୫ କୁଇଣ୍ଟାଲ ଆଳୁ ବିହନ ଆସିବ। ୩୭୫ ହେକ୍ଟର ଚାଷ ଜମିରେ ଏଥର ଆଳୁ ଚାଷ କରାଯାଉଛି। ଏଣୁ ଏ ସମସ୍ତ ବିହନ ଚାଷୀମାନଙ୍କ ପାଖରେ ପହଞ୍ଚାଇ, ସେମାନେ ଯେପରି ଭଲ ଭାବେ ଅମଳ କରି ପାରିବେ ସେ ଦିଗରେ ଜିଲ୍ଲାପାଳ ବୈଠକରେ ଆଲୋଚନା କରିଥିଲେ। ଏହା ସହ ଅମଳ ପରେ ହେଉ ଚାଷ ସମୟରେ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି।

ଏହି ବୈଠକ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Share This Article