ହିଞ୍ଜିଳି ଓ କଣ୍ଟାବାଞ୍ଜି ନିର୍ବାଚନକୁ ନେଇ ଜବାବ ରଖିଲେ ନବୀନ ପଟ୍ଟନାୟକ

Odisha Hot News
1 Min Read

ଭୁବନେଶ୍ବର: କଣ୍ଟାବାଞ୍ଜି ଓ ହିଞ୍ଜିଳିରେ ନବୀନ ପଟ୍ଟାନାୟକ କିପରି ପରାଜୟ ହୁଅନ୍ତୁ ସେ ନେଇ ଚକ୍ରାନ୍ତ କରାଯାଇଥିଲା। ଏହିପରି ବିଭିନ୍ନ ଖବର ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେବାରେ ଲାଗିଛି। ଯାହାକୁ ନେଇ କଡା ଜବାବ ରଖିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ।

ସେ କହିଛନ୍ତି ଯେ, “ମୋର କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢ଼ିବା ନେଇ କିଛି ନ୍ୟସ୍ତ ସ୍ୱାର୍ଥ ଥିବା ବ୍ୟକ୍ତିଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ କରାଯାଉଥିବା ଗୁଜବ ଓ ମିଥ୍ୟା ପ୍ରଚାରର ଦୃଢ଼ ନିନ୍ଦା କରୁଛି। ଏମାନେ ହେଉଛନ୍ତି ସେହି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଯେଉଁମାନେ ଗତ ନିର୍ବାଚନ ସମୟରେ ବିଭିନ୍ନ ବିଷୟରେ ମିଛ କାହାଣୀ ଶୁଣାଇ ଥିଲେ। ଏପରି କି ରାଜନୈତିକ ଫାଇଦା ପାଇଁ ବିଭିନ୍ନ ବିଷୟକୁ ନେଇ ଗୁଜବ କରିବାକୁ ପଛାଇ ନଥିଲେ।”

ସେ ଆହୁରି କହିଛନ୍ତି ଯେ, “ଏପରି ବିଭ୍ରାନ୍ତି ସୃଷ୍ଟି କରୁଥିବା ବ୍ୟକ୍ତିମାନେ ସମସ୍ତେ କିଏ ଓଡ଼ିଶାବାସୀ ଏବେ ଠିକ୍ ବୁଝିଲେଣି। ପ୍ରଭୁ ଜଗନ୍ନାଥ ଏପରି ଗୁଜବ ତଥା ଅପପ୍ରଚାରରୁ ଦୂରେଇ ରହିବା ପାଇଁ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ।”

Share This Article