ବାଲୁଗାଁ: ଭଡ଼ା ଘରୁ ମିଳିଲା ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ, କାରଣ ଅସ୍ପଷ୍ଟ

Odisha Hot News
1 Min Read

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଆଇସିଆଇସିଆଇ ବ୍ୟାଙ୍କ ଡେପୁଟି ମ୍ୟାନେଜେର ସୃଜନ ସମ୍ବିତ ପୁରୋହିତଙ୍କ ମୃତ ଦେହକୁ ଆଜି ସନ୍ଦେହଜନକ ଅବସ୍ଥାରେ ତାଙ୍କ ଭଡ଼ା ଘରୁ ଉଦ୍ଧାର କରିଛି ପୋଲିସ। ବାଲୁଗାଁ ପୋଲିସ ସୂଚନା ମୁତାବକ ବରଗଡ଼ ଜିଲ୍ଲା ଉତ୍ତମ ରାଜ ପୁରୋହିତଙ୍କ ପୁତ୍ର ସୃଜନ ସମ୍ବିତ ପୁରୋହିତ (୨୮) ବାଲୁଗାଁ ଆଇସିଆଇସି ବ୍ୟାଙ୍କରେ ଡେପୁଟି ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। ସେ ବାଲୁଗାଁରେ ଭଡ଼ାସୂତ୍ରରେ ଏକ ଘରେ ରହୁଥିଲେ।

ଆଜି ସକାଳେ ସେ ବ୍ୟାଙ୍କ ନ ଆସିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ କର୍ମଚାରୀ ମାନେ ତାଙ୍କୁ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରିଥିଲେ। ଫୋନ ନ ଉଠାଇବାରୁ ଘଟଣାସ୍ଥଳକୁ ପହଞ୍ଚି ଦେଖିଲା ବେଳକୁ ସୃଜନଙ୍କ ରୁମ କବାଟ ଖୋଲା ଥିବା ବେଳେ ସେ ରୁମରେ ପଡିରହିଥିଲେ। ସଙ୍ଗେସଙ୍ଗେ ବାଲୁଗାଁ ମେଡିକାଲ ନିଆଯାଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ସମ୍ବିତଙ୍କ ମୃତ୍ୟୁ ସନ୍ଦେହଘେରରେ ରହିଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।

Share This Article