ଅଟୋ ଗାଡ଼ି ଧକ୍କାରେ ଦୁଇ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅନ୍ତର୍ଗତ ମାଁ ସିଦ୍ଧ ବାଙ୍କେଶ୍ଵରୀ ମନ୍ଦିର ନିକଟସ୍ଥ ବାଣ୍ଡେଶ୍ଵର ଗ୍ରାମରେ ଏକ ସଡକ ଦୁର୍ଘଟଣାରେ ଦୁଇ ମୋଟରସାଇକେଲ ଆରୋହୀ ସିମାଞ୍ଚଳ ରେଡି ଓ କୁନ୍ତୀ ରେଡ଼ି ଙ୍କ ମୃତ୍ୟୁ ଘଟିଛି। ସୁଚନା ଅନୁଯାୟୀ ମାଁ ବାଙ୍କେଶ୍ଵରୀଙ୍କ ଦର୍ଶନ କରି ଫେରିବା ବେଳେ ଉକ୍ତ ମୋଟରସାଇକେଲ ଆରୋହୀଙ୍କୁ ମୁହାଁମୁହିଁ ଧକ୍କା ଦେବାରୁ ମୃତ ଦୁଇ ଜଣ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡିରହିଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କ ଉଦ୍ୟମରେ ଉଭୟଙ୍କୁ ଚିକିତ୍ସା ପାଇଁ ଦିଗପହଣ୍ଡି ଡାକ୍ତରଖାନାକୁ ନେଇଥିଲେ।

ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିଲେ।  ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ।

ଦୁର୍ଘଟଣା ପରେ ଅଟୋ ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ଦିଗପହଣ୍ଡି ଥାନା ପୋଲିସ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article