ବିଷ ପିଆଇବା ସହ ପତ୍ନୀଙ୍କୁ ଠେଙ୍ଗାରେ ପିଟି ହତ୍ୟା!: ସ୍ବାମୀ ଅଟକ

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଲ ବ୍ଲକ୍ କିସିଣ୍ଡା ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର କୁଟ୍ରାଖୋଲ ଠାରେ ଜଣେ ଆଦିବାସୀ ମହିଳାକୁ ପ୍ରଥମେ ବିଷ ପିଆଇ ଦେବା ପରେ ତାଙ୍କର ସ୍ବାମୀ ନିସ୍ତୁକ ପିଟି ପିଟି ମାରିଦେଇଥିବା ଜଣାପଡିଛି। ଏନେଇ ୧୧ ବର୍ଷର କୁନି ଝିଅ ଦୀପ୍ତି ପୋଲିସ ଓ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛି।

ମୃତ ମହିଳା ଜଣଙ୍କ ହେଲେ କୁଟ୍ରାଖୋଲ ଗ୍ରାମର ପଙ୍କ କାଲୋ (୩୮)। ତେବେ ଶୁକ୍ରବାର ରାତିରେ ରୁଦ୍ର କାଲ୍ଲୋ ତାଙ୍କ ସ୍ତ୍ରୀ ପଙ୍କକୁ ବିଷ ପିଇବା ପାଇଁ ବାଧ୍ୟ କରିଥିଲା। ବିଷ ପାନ କରିବାରୁ ମୁହଁରେ ଫେଣ ବାହାରୁଥିବା ଝିଅ ପ୍ରକାଶ କରିଛି। ରୁଦ୍ରର ପୁଅ ରୁପନ୍ କାଲ୍ଲୋ ଭୁବନେଶ୍ୱର ଠାରେ କୌଣସି ଏକ ଇଟା ଭାଟିରେ କାମ କରୁଥିଲେ। ହଠାତ୍ ଖବର ପାଇ ଆଜି ଭୋର୍ ସକାଳେ ୫ଟାରେ ଘରକୁ ପହଞ୍ଚି ଦେଖିବାରୁ ମାଁ ମୁର୍ମୁଷୁ ଅବସ୍ଥାରେ ପଡ଼ିଛି।

ସକାଳ ୯ ଟାରେ ଆମ୍ବୁଲାନ୍ସ ଡାକି ନେବା ପୂର୍ବରୁ ମାଁ ମୃତ ବୋଲି ପୁଅ ନିଜେ ଜାଣିଲେ ଓ ପୋଡଶୀ ଲୋକଙ୍କୁ ଡାକି ଥିଲେ। ପରେ କିସିଣ୍ଡା ପୋଲିସ ଖବରପାଇ ଘଟଣା ସ୍ଥଳକୁ ପହଞ୍ଚି ସ୍ବାମୀ ରୁଦ୍ର କାଲୋଙ୍କୁ ଗିରଫ କରିଛି। ଏବେ ୧୬ ବର୍ଷର ପୁଅ ରୂପନ୍ ତିନି ଭଉଣୀ ଦୀପ୍ତି, ବିବିକା, ସୁନେଲିଙ୍କୁ ନେଇ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି।

Share This Article