ବିଜେଡିରୁ ନିଲମ୍ବିତ ହେଲେ ବ୍ଲକ ଅଧ୍ୟକ୍ଷା, ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ

Odisha Hot News
0 Min Read

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ଆଜି ଜଣେ ବ୍ଲକ ଅଧ୍ୟକ୍ଷାଙ୍କୁ ଦଳ ନିଲମ୍ବନ କରିଛି। ସେ ଦଳ ବିରୋଧୀ କାର୍ଯ୍ୟ କରୁଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏ ନେଇ ବିଜେଡି ତରଫରୁ ଏକ ନିର୍ଦ୍ଦେଶାନାମା ପ୍ରକାଶ ପାଇଛି।

ଯାହାକଙ୍କୁ ଦଳ ବହିସ୍କାର କଲା ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଅଧ୍ୟକ୍ଷା ରୀନା ରାଣୀ ଖଟୁଆ। ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ତାଙ୍କ ଦସ୍ତଖତରେ ଏହି ନିର୍ଦ୍ଦେଶାନାମା ପ୍ରକାଶିତ ହୋଇଛି।

Share This Article