ଅଗ୍ନି ବିପନ୍ନ ପରିବାର କୁ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗ୍ରାମରେ ଘଟିଥିବା ଅଗ୍ନି ବିପନ୍ନ ପରିବାର ଲୋକଙ୍କ ସମସ୍ୟା ବିଷୟରେ ଖବର ପାଇ ବ୍ରହ୍ମପୁର ଅଗ୍ରଣୀ ସେବା ଅନୁଷ୍ଠାନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ତତକ୍ଷଣାତ୍ ସାହାଯ୍ୟର ହାତ ବଢ଼ାଇଛ। ଟ୍ରଷ୍ଟ ସଭାନେତ୍ରୀ ରଞ୍ଜନା ମିଶ୍ରଙ୍କ ନେତୃତ୍ୱରେ ଆଜି ଏହି ଅଗ୍ନି ବିପନ୍ନ ୪ଟି ପରିବାରକୁ ଏକ ମାସର ରାସନ୍ ସାମଗ୍ରୀ ସହ ଶୁଖିଲା ଖାଦ୍ୟ , ନୂତନ ବସ୍ତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ସର୍ବହରା ଅଗ୍ନି ବିପନ୍ନ ପରିବାର ର ସଦସ୍ୟ ସଦସ୍ୟା ଙ୍କ ଦୈନିକ ଖର୍ଚ୍ଚ ପାଇଁ କିଛି ଆର୍ଥିକ ସହାୟତା କରାଯାଇଥିଲା। ଏଥି ସହ ସ୍ଥାନୀୟ ଗ୍ରାମ ବାସୀ ମାନଙ୍କ ଉପସ୍ଥିତି ରେ ଏବଂ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ଜରିଆ ରେ ଏହି ସର୍ବହରା ପରିବାର ମାନଙ୍କୁ ସରକାରୀ ଯୋଜନାରେ ଥଇଥାନ କରିବା ପାଇଁ ଅନୁରୋଧ କରାଯାଇଥିଲା।

ଆଜିର ଉକ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟ ସଭାନେତ୍ରୀ ରଞ୍ଜନା ମିଶ୍ର ଙ୍କ ପ୍ରୋତ୍ସାହନ ରେ ଏବଂ ଟ୍ରଷ୍ଟ ସଦସ୍ୟ/ ସଦସ୍ୟା ଯଥା ସୋନମ୍ ଦାସ, ସୁଜାତା ଆଚାର୍ଯ୍ୟ, ମୁରଲୀ ମୋହନ ଆଚାର୍ଯ୍ୟ, ଅଲେଖ ପାଳ ଓ ଅଶୋକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହି ଭଳି ସହାୟତା ନିମନ୍ତେ ଅଞ୍ଚଳ ବାସିନ୍ଦା ଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତିି।

Share This Article