ବିଜେପିରେ ଯୋଗ ଦେବେ ବିଜେଡିରୁ ନିଲମ୍ବିତ ଗଁଦିଆର ରୀନାରାଣୀ, ସୁଧୀର ସାମଲଙ୍କ ଉପରେ ରାଗ

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଜେପିରେ ଯୋଗଦେବେ ବିଜେଡି ନେତ୍ରୀ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ। ଢେଙ୍କାନାଳ ଦିଲ୍ଲାର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହେବେ। ଏ ଖବର ଜଣାପଡିବା ପରେ ଆଜି ସକାଳେ ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିଛି।

ତେବେ ରୀନାରାଣୀଙ୍କର ଗଁଦିଆ ବ୍ଲକରେ ବେଶ ସୁଦୃଢ ସଂଗଠନ ରହିଛି। ସେ ବିଜେଡି ପାଇଁ ବେଶ ସକ୍ରିୟ ଭାବେ କାମ କରିଆସୁଥିଲେ। ହେଲେ ହଠାତ ସେ ବିଜେପିରେ ମିଶିବେ ବୋଲି କାହିଁକି ନିଷ୍ପତି ନେଲେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ତେବେ ସୁତ୍ର ଅନୁସାରେ ଢେଙ୍କାନାଳର ବିଜେଡି ନେତା ସୁଧୀର ସାମଲଙ୍କ ସହିତ ରୀନାରାଣୀଙ୍କ ସହ ଭଲ ସଂପର୍କ ନ ଥିଲା। ସୁଧୀର ସାମଲ କୁଆଡେ ରୀନାରାଣୀଙ୍କୁ ସଂଗଠନୀୟ କାର୍ଯ୍ୟରୁ ଅଲଗା କରି ରଖିଥିଲେ ବୋଲି ଅଭିଯୋଗ ହୋଇଛି। ସେଥିପାଇଁ ରୀନା ବିଜେଡିର ପଦଯାତ୍ରା ସମୟରେ ନିଜକୁ ଦୂରେଇ ରଖିଥିଲେ ବୋଲି ରୀନାରାଣୀଙ୍କ ସମର୍ଥକ ଅଭିଯୋଗ କରିଛନ୍ତି। ସେଥିପାଇଁ ସେ ରାଗରେ ବିଜେପିରେ ଯୋଗଦେବା ପାଇଁ ନିଷ୍ପତି କରିଛନ୍ତି।

ତେବେ ରୀନାଙ୍କ ସହିତ ଗଁଦିଆ ବ୍ଲକର ବହୁ ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ବିଜେପିରେ ସାମିଲ ହେଉଛନ୍ତି ବୋଲି ଜଣାପଡିଛି।

Share This Article