ସୁଭଦ୍ରା ଟଙ୍କା ନେଇ ଆସିଲା ବଡଖବର, ମିଳିବ ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି

Odisha Hot News
1 Min Read

ଭୁବନେଶ୍ବର: ସୁଭଦ୍ରା ଟଙ୍କା ନେଇ ଆଜି ଆସିଲା ବଡ ଖବର। ତାହା ହେଲା ଯେ, ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ସେ କହିଛନ୍ତି ଯେ, ଖୁବ ଶିଘ୍ର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ପ୍ରଦାନ କରାଯିବ। ସେ ନେଇ ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ଚାଲିଛି। ଯେଉଁମାନେ ଡେରିରେ ଆବେଦନ କରିଛନ୍ତି କିମ୍ବା କଟିଯାଇଛନ୍ତି ସେମାନଙ୍କ କଥା ବିଚାର କରି ଏହି ଟଙ୍କା ପ୍ରଦାନ କରାଯିବ।

ଗତ କ୍ୟାବିନେଟରେ ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ କେତେକ ପରିବର୍ତ୍ତନ କରିଛନ୍ତି। ସେଥିରେ ଯେଉଁମାନଙ୍କର ରାସନ କାର୍ଡ ନାହିଁ ସେମାନେ ଏହି ଯୋଜନାରୁ ବାଦ ପଡୁଥିଲେ।ହେଲେ କ୍ୟାବିନେଟ ଅନୁମୋଦନ ଅନୁସାରେ ଯେଉଁମାନଙ୍କ ରାସନ କାର୍ଡ ନାହିଁ ସେମାନେ ମଧ୍ୟ ସୁଭଦ୍ରା ଯୋଜନା ଟଙ୍କା ପାଇପାରିବେ। ସେସବୁକୁ ବିଚାର କରି ଏହି ତୃତୀୟ କିସ୍ତି ପ୍ରଦାନ କରାଯିବ।

Share This Article